ତେଜସ୍‌ ହେବ ଦେଶର ପ୍ରଥମ ପ୍ରାଇଭେଟ ଟ୍ରେନ୍‌

ନୂଆଦିଲ୍ଲୀ, ୯-୭: ଦେଶରେ ଦୌଡ଼ିବ ପ୍ରଥମ ପ୍ରାଇଭେଟ ଟ୍ରେନ। ଦିଲ୍ଲୀ ଓ ଲକ୍ଷ୍ନୌ ମଧ୍ୟରେ ଚାଲିବାକୁ ଥିବା ତେଜସ୍‌ ଏକ୍ସପ୍ରେସକୁ ଘରୋଇ କମ୍ପାନୀ ହାତକୁ ଟେକି ଦିଆଯିବ। ବିମାନରେ ମିଳୁଥିବା ସମସ୍ତ ପ୍ରକାର ସୁବିଧା ଏଥିରେ ଉପଲବ୍ଧ ହେବ। ସରକାରଙ୍କ ୧୦୦ ଦିନିଆ କାର୍ଯ୍ୟସୂଚୀ ଅନୁଯାୟୀ ରେଳ ମନ୍ତ୍ରଣାଳୟ ପକ୍ଷରୁ ଦୁଇଟି ଟ୍ରେନ୍‌କୁ ଘରୋଇ କମ୍ପାନୀ ଦ୍ୱାରା ପରିଚାଳନା କରାଯିବ। ପ୍ରଥମ ରୁଟ୍‌ର ଚୟନ ଶେଷ ହୋଇଥିବା ବେଳେ ରେଲଓ୍ବେ ବୋର୍ଡ ପକ୍ଷରୁ ୫୦୦ କି.ମି.ଦୂରତା ବିଶିଷ୍ଟ ଆଉ ଏକ ରୁଟ୍‌ ଖୋଜା ଚାଲିଛି। ରେଲଓ୍ବେର ଜଣେ ଅଧିକାରୀ କହିଛନ୍ତି ଯେ, ବର୍ତ୍ତମାନ ପରିପ୍ରେକ୍ଷୀରେ ଦିଲ୍ଲୀ ଓ ଲକ୍ଷ୍ନୌ ମଧ୍ୟରେ ଥିବା ପ୍ରଥମ ରୁଟର ପରିଚାଳନା ଘରୋଇ କମ୍ପାନୀ କରିବେ। ଏ ସମ୍ପର୍କରେ ଆସନ୍ତା ମାସକ ମଧ୍ୟରେ ନିଷ୍ପତ୍ତି ନିଆଯିବ।
ଆଇଆର୍‌ସିଟିସି ବର୍ତ୍ତମାନ ଏହାର ମଡେଲ ଉପରେ କାର୍ଯ୍ୟକରୁଛି। ଉଲ୍ଲେଖଥାଉ କି, ୨୦୧୬ରେ ତେଜସ୍‌ ଏକ୍ସପ୍ରେସ ଚଳାଚଳ ପାଇଁ ଘୋଷଣା କରାଯାଇଥିଲେ ହେଁ ଏହା ଆଜିଯାଏ ଚଳାଚଳ କରିନାହିଁ। ନିକଟରେ ଜାରି ହୋଇଥିବା ସମୟସାରଣୀରେ ତେଜସ୍‌କୁ ସାମିଲ କରାଯାଇଥିଲେ ମଧ୍ୟ ଏହା ବର୍ତ୍ତମାନ ଉତ୍ତର ପ୍ରଦେଶର ଆନନ୍ଦନଗର ରେଲଓ୍ବେ ଷ୍ଟେଶନରେ ଛିଡା ହୋଇରହିଛି। ନିଲାମୀ ପ୍ରକ୍ରିୟା ଶେଷ ହେବା ପରେ ଏହାକୁ ଘରୋଇ କମ୍ପାନୀକୁ ହସ୍ତାନ୍ତର କରାଯିବ। ଦିଲ୍ଲୀ-ଲକ୍ଷ୍ନୌ ରୁଟ୍‌ରେ ଏବେ ୫୩ଟି ଟ୍ରେନ ଚାଲୁଛି। କିନ୍ତୁ ଏମାନଙ୍କ ମଧ୍ୟରୁ ଗୋଟିଏ ହେଲେ ରାଜଧାନୀ ଟ୍ରେନ୍‌ ନୁହେଁ। ଏହି ରୁଟ୍‌ରେ ଚାଲୁଥିବା ପ୍ରିମିୟମ ଟ୍ରେନ ସ୍ବର୍ଣ୍ଣ ଶତାବ୍ଦୀ ଏକ୍ସପ୍ରେସ୍‌ରେ ଟିକେଟ ଚାହିଦା ଅଧିକ ରହିଛି ଓ ଏହା ମାତ୍ର ସାଢ଼େ ୬ ଘଣ୍ଟାରେ ଯାତ୍ରା ପୂରଣ କରୁଛି।
ତେଜସ୍‌ ଏକ୍ସପ୍ରେସର ଦାୟିତ୍ୱ ଆଇଆର୍‌ସିଟିସିକୁ ଦିଆଯିବ, ଯିଏକି ଲିଜ୍‌ ଚାର୍ଜଠାରୁ ଆରମ୍ଭ କରି ସମସ୍ତ ଶୁଳ୍କ ପ୍ରଦାନ ସଂକ୍ରାନ୍ତରେ ଫାଇନାନ୍ସିିଂ ଡିପାର୍ଟମେଣ୍ଟ ସହ ସହଯୋଗ କରିବ। ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ, ଦୁଇଟି ଟ୍ରେନକୁ ନେଇ ପ୍ରଥମେ ପରୀକ୍ଷାମୂଳକ ପ୍ରୟୋଗ କରାଯିବ। ଆସନ୍ତା ୧୦୦ ଦିନ ଭିତରେ ଅତିକମ୍‌ରେ ଗୋଟିଏ ଟ୍ରେନକୁ ଘରୋଇ କମ୍ପାନୀକୁ ଦିଆଯିବ। କମ୍‌ ଭିଡ ଥିବା ତଥା ପର୍ଯ୍ୟଟନ କ୍ଷେତ୍ରକୁ ଯୋଡୁଥିବା ଦୃଷ୍ଟିରୁ ଉକ୍ତ ରୁଟ୍‌କୁ ଚୟନ କରାଯାଇଛି। ଖୁବଶୀଘ୍ର ଦ୍ୱିତୀୟ ଟ୍ରେନ ଓ ରୁଟ୍‌ ବଛାଯିବ ବୋଲି ସେ କହିଛନ୍ତି।
୧୨୫୮୫ ଲକ୍ଷ୍ନୌ ଜଙ୍କସନ-ନୂଆଦିଲ୍ଲୀ ତେଜସ୍‌ ଏକ୍ସପ୍ରେସ ସକାଳ ୬.୫୦ରେ ଲକ୍ଷ୍ନୌ ଜଙ୍କସନ ଛାଡିବ ଏବଂ ନୂଆଦିଲ୍ଲୀରେ ଅପରାହ୍ନ୧.୩୫ରେ ପହଞ୍ଚତ୍ବ। ସେହିପରି ୧୨୫୮୬ ନୂଆଦିଲ୍ଲୀ-ଲକ୍ଷ୍ନୌ ଜଙ୍କସନ ତେଜସ୍‌ ଏକ୍ସପ୍ରେସ ଅପରାହ୍ନ ୩.୩୫ରେ ନୂଆଦିଲ୍ଲୀ ଛାଡ଼ି ରାତି ୧୦.୦୫ରେ ଲକ୍ଷ୍ନୌ ଜଙ୍କସନରେ ପହଞ୍ଚତ୍ବ। ରବିବାର ଓ ଗୁରୁବାର ଛାଡ଼ି ଦେଲେ ଅବଶିଷ୍ଟ ଦିନରେ ଏହି ଟ୍ରେନ ଚାଲିବ। ସୂଚନାଯୋଗ୍ୟ ଯେ, ଏହି ଟ୍ରେନର ପ୍ରତ୍ୟେକ ସିଟ୍‌ ପଛରେ ଏଲ୍‌ସିଡି ଏଣ୍ଟରଟେନମେଣ୍ଟ-ଇନ୍‌ଫରମେଶନ ସ୍କ୍ରିନ୍‌ ରହିଥିବା ବେଳେ ଓ୍ବାଇଫାଇ ସୁବିଧା, ଆରାମଦାୟକ ସିଟ୍‌, ମୋବାଇଲ ଚାର୍ଜିଂ ପଏଣ୍ଟ, ବହି ପଢ଼ିବା ପାଇଁ ସ୍ବତନ୍ତ୍ର ଲାଇଟ ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

ଜାତୀୟ ରାଜପଥରେ ବଢ଼ିପାରେ ଟୋଲ୍ ଟ୍ୟାକ୍ସ: ବଡ଼ ଯୋଜନା କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୨: ଭାରତରେ ଆଗକୁ ବଢିପାରେ ଟୋଲ୍ ଟ୍ୟାକ୍ସ। ଦେଶରେ ଏକ୍ସପ୍ରେସ-ୱେ ଏବଂ ହାଇ-ସ୍ପିଡ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼…

ଚାଷୀଙ୍କ ପାଇଁ ଖୁସି ଖବର: କିଷାନ କ୍ରେଡିଟ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ କରିବ RBI

ମୁମ୍ବାଇ,୧୫ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଶାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ନୂତନ ଚିଠା ମାର୍ଗଦର୍ଶିକା ଜାରି କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri