ତେଜରାତି ଦୋକାନରେ ଅଗ୍ନିକାଣ୍ଡ: ଜଳିଗଲା ସମସ୍ତ ସାମଗ୍ରୀ

ବ୍ରହ୍ମପୁର ଅଫିସ,୨୨।୧୧: ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗୋଦାବରୀଶନଗର ତୃତୀୟ ଲାଇନରେ ଥିବା ଏକ ତେଜରାତି ଦୋକାନରେ ଶୁକ୍ରବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଦୋକାନର ସମସ୍ତ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଏହାର ମୂଲ୍ୟ ୫୦ ହଜାର ହେବ ବୋଲି ଦୋକାନ ମାଲିକ କହିଛନ୍ତି। ଶର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଦୋକାନରେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ କର୍ମଚାରୀ ସହ ଦୋକାନ ମାଲିକ କବିଚନ୍ଦ୍ର ପଣ୍ଡାଙ୍କୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।