ତେଇଶିପୁର, ସୁଆବରାଇରେ ଖୋଲିବ ମୁଗ ଓ ବିରି ମଣ୍ଡି

ପିପିଲି, ୨୪ା୪(ସ୍ବ.ପ୍ର/ଡି.ଏନ.ଏ): ବର୍ତ୍ତମାନ ମୁଗ, ବିରି ଆଦି ରବି ଫସଲ ବିକ୍ରି ପାଇଁ ଚାଷୀଙ୍କୁ ହଇରାଣ ହେବାକୁ ପଡ଼ିିବନି। ସେମାନେ ଅମଳ କରିଥିବା ଫସଲକୁ ସରକାର ଉଚିତ ମୂଲ୍ୟରେ କିଣିନେବେ। ଚାଷୀ ଆଉ କ୍ଷତିରେ ପଡ଼ିବେ ନାହିଁ ବୋଲି ଶୁକ୍ରବାର ପିପିଲି ଆତ୍ମା କାର୍ଯ୍ୟାଳୟରେ ଅନୁଷ୍ଠିତ ମଣ୍ଡି ଖୋଲିବା ସଂକ୍ରାନ୍ତ ବୈଠକରେ ଆତ୍ମା ଅଧ୍ୟକ୍ଷ ଧରଣୀଧର ସାହୁ କହିଛନ୍ତି। ଏହି ବୈଠକରେ ସାହୁ ଅଧ୍ୟକ୍ଷତା କରିଥିଲେ। କୃଷି ଅଧିକାରୀ ରାକେଶ କୁମାର ରାଉତ ଯୋଗଦେଇ ପିପିଲି ବ୍ଲକର ତେଇଶିପୁର ସେବା ସମବାୟ ସମିତି ଓ ସୁଆବରାଇ ସେବା ସମବାୟ ସମିତିରେ ମୁଗ, ବିରି ମଣ୍ଡି ଖୋଲିବା ପାଇଁ ନିଷ୍ପତ୍ତିି ହୋଇଛି ବୋଲି କହିଥିଲେ। ପିପିଲି ବ୍ଲକ ଅଧୀନ ୧୫ଟି ପଞ୍ଚାୟତ ଓ ପୌରାଞ୍ଚଳର ଚାଷୀ ତେଇଶିପୁର ସେବା ସମବାୟ ସମିତି ଏବଂ ଅନ୍ୟ ୧୦ଟି ପଞ୍ଚାୟତର ଚାଷୀ ସୁଆବରାଇ ସେବା ସମବାୟ ସମିତିରେ ସେମାନଙ୍କ ମୁଗ, ବିରି ବିକ୍ରି କରିପାରିବେ। ଏଥିପାଇଁ ସେମାନଙ୍କୁ କୃଷକସାଥିମାନଙ୍କଠାରୁ ଟୋକନ ସଂଗ୍ରହ କରିବାକୁ ପଡ଼ିବ। ମୁଗ ଦର କୁଇଣ୍ଟାଲ ପିଛା ୭୦୫୦ ଟଙ୍କା ଓ ବିରି କୁଇଣ୍ଟାଲ ପିଛା ୫୭୦୦ ଟଙ୍କା ସରକାର ଧାର୍ଯ୍ୟ କରିଛନ୍ତି। ଜଣେ ଚାଷୀ ଏକର ଚାଷଜମି ପିଛା ୩ କୁଇଣ୍ଟାଲ ଏବଂ ୮ ଏକର ଜମିପିଛା ୨୫ କୁଇଣ୍ଟାଲ ମୁଗ, ବିରି ମଣ୍ଡିରେ ବିକ୍ରି କରିପାରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। କୃଷକସାଥିମାନଙ୍କୁ ହ୍ବାଟ୍‌ସ୍‌ଅପ୍‌ ଗ୍ରୁପ୍‌ ମାଧ୍ୟମରେ ଚାଷୀମାନଙ୍କୁ ଖବର ଦେବା ପାଇଁ ଅଧିକାରୀ ରାଉତ୍‌ କହିଥିଲେ। ଏହି ବୈଠକରେ ସମବାୟ ସମ୍ପ୍ରସାରଣ ଅଧିକାରୀ ସୁରେନ୍ଦ୍ରନାଥ ଦାଶ, ପିପିଲି ମଣ୍ଡଳ ବୈଷୟିକ ପରିଚାଳକ ଉମାକାନ୍ତ ଦଳେଇ, ଆଇନଜୀବୀ ଶ୍ରୀଧର ପ୍ରଧାନଙ୍କ ସମେତ ପିପିଲି ବ୍ଲକର ସମବାୟ ସମିତି ସମ୍ପାଦକ, ଗ୍ରାମ କୃଷି କର୍ମଚାରୀମାନେ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri