ତୃତୀୟ ଲକ୍‌ଡାଉନରେ ପୁଣିଥରେ ଶୂନ୍ୟରୁ କାମ ଆରମ୍ଭ କରିବ ଦିଲ୍ଲୀ !

ନୂଆଦିଲ୍ଲୀ,୩୦।୪: କରୋନା ଭାଇରସ ସଂକ୍ରମଣକୁ ନେଇ ଦେଶରେ ଚାଲିଥିବା ଲକ୍‌ଡାଉନ ୨.୦ର ଅବଧି ପୂରଣ ହେବାକୁ ଆଉମାତ୍ର ୪ ଦିନ ବାକି ରହିଛି। ହେଲେ ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାର ନାଁ ନେଉନି। ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉ ଥିବାରୁ ଏଠାରେ ତୃତୀୟ ଲକ୍‌ଡାଉନ୍‌ ଘୋଷଣା କରାଯାଇପାରେ ବୋଲି କୁହାଯାଉଛି। ଏବେ ଦିଲ୍ଲୀର ନକ୍ସା ଲାଲ ଥିବା ଅର୍ଥାତ୍‌ ଦିଲ୍ଲୀରେ କଣ୍ଟେନମେଣ୍ଟ ଜୋନ୍‌ ସଂଖ୍ୟା ବହୁ ଅଧିକ ଥିବାରୁ ଏଠାରେ ତୃତୀୟ ଲକ୍‌ଡାଉନ୍‌ ଜାରି ରହିବ ବୋଲି ଅନୁମାନ କରାଯାଉଛି। ତେବେ ଏହି ସମୟରେ ରାଜଧାନୀ ଦିଲ୍ଲୀ ପୁଣିଥରେ ନୂଆ ରଣନୀତି ସହ ଶୂନ୍ୟରୁ କାମ ଆରମ୍ଭ କରିପାରେ ବୋଲି କୁହାଯାଉଛି। କରୋନାକୁ ହରାଇବାକୁ ରାଜଧାନୀ ଦିଲ୍ଲୀରେ ଏବେ ଯେଉଁଭଳି ପ୍ରସ୍ତୁତି ଆରମ୍ଭ ହୋଇଛି ଏହାକୁ ଦେଖିବା ପରେ ଲାଗୁଛି କରୋନାକୁ ମାରିବାକୁ ଦିଲ୍ଲୀ ପୁଣିଥିରେ ଶୂନ୍ୟରୁ କାମ ଆରମ୍ଭ କରିବ। ଏଥର ନମୁନା ପରୀକ୍ଷା ପାଇଁ ଲ୍ୟାବ ସଂଖ୍ୟା ବୃଦ୍ଧି କରିବାକୁ ଯୋଜନା ରଖାଯାଇଛି। ସୂଚନାଯୋଗ୍ୟ, ଦେଶରେ ଲକ୍‌ଡାଉନ ୨.୦ର ଅବଧି ମେ’୩ରେ ଶେଷ ହେଉଥିବା ବେଳେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ୨-୩ ସପ୍ତାହ କରାଯାଇପାରେ ବୋଲି ଅନୁମାନ କରାଯାଉଛି।

Share