ତୁଷୁରାରେ ଆମ୍ବୁଲେନ୍ସ ସେବା: ରୁଗୀକୁ ନାଇଁ, ଭିଆଇପିକୁ ହଁ

 

ଗୁଡ଼ଭେଲା, ୨୫।୧ (ଡି.ଏନ୍‌.ଏ.)-
ବଲାଙ୍ଗୀର ଜିଲା ତୁଷୁରା ଏନ୍‌ଏସିରେ ଥିବାର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରୁଗୀ ଆମ୍ବୁଲାନ୍ସ ସେବାରୁ ବଁଚିତ୍‌ ହେଉଥିଲାବେଲେ ଭିଆଇପିମାନକର ସେବାରେ ଲାଗୁଥିବାର ଅଭିଯୋଗ ହେଉଛେ। ଇ କେନ୍ଦ୍ରରେ ଗୁଟେ ୧୦୮ ଆମ୍ବୁଲାନ୍ସ ଆର ମହିଳା ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁକଁର ଦୁଆରା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପଁାଠିରୁ ଦିଆଯାଇଥିବାର ଗୁଟେ ଆମ୍ବୁଲାନ୍ସ ରହିଛେ। ହେଲେ ଦୁଇ ଆମ୍ବୁଲାନ୍ସରୁ ୧୦୮ଟା ସବୁବେଲେ ରୁଗୀକର କାମେ ଲାଗୁଥିଲାବେଲେ ଆରେଟା ପଡ଼ିପଡ଼ି ଖତ୍‌ ଖାଉଛେ। ହେଲେ ତୁଷୁରା ଏରୋଡ୍ରାମ ଫିଲ୍ଡରେ ଯଦି କେହେନ୍‌ସି ଭିଆଇପି ଉତ୍‌ରୁଛନ୍‌ ସେ ସମିଆରେ ଡାକ୍‌ତରଖାନାରେ ଖତ୍‌ ଖାଉଥିବାର ଆମ୍ବୁଲାନ୍ସ ସଂଗେ ସଂଗେ ଜୀବନ୍‌ ପାଇ ସେବାରେ ହାଜର ହେଇଯାଉଥିବାର ଦେଖ୍‌ବାକେ ମିଲୁଛେ। ଇ ଘଟନାକେ ନେଇ ସାଧାରନରେ ରୁଗୀକୁ ନାଇଁ ଭିଆଇପିକୁଁ ହଁ ବଲି ଚରଚା କରୁଛନ୍‌। ତୁଷୁରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଅଂଚଲର ପାଖାପାଖି ୫୦ଟା ଗଁାର ଲୋକ୍‌ ନିରଭର କରୁଥିଲାବେଲେ ରୁଗୀମାନେ ଆମ୍ବୁଲାନ୍ସ ସେବା ନାଇଁପାଇ କରି ଭଡ଼ା ଗାଡ଼ିରେ ଭୁବନେଶ୍ୱର, କଟକ, ବୁର୍ଲା, ବଲାଙ୍ଗୀର ଜିଲା ମୁଖିଆ ଡାକ୍‌ତରଖାନାକେ ଯାଉଛନ୍‌। ଇଥିର ସୁଯୋଗ ନେଇ ଭଡ଼ା ଗାଡ଼ି ମାଲିକମାନେ ବି ମନଇଛା ଦର ନେଉଥିବାର କେତେ ରୁଗୀକର ଲାଗେଲେସରମାନେ ଅଭିଯୋଗ କରିଛନ୍‌। ଇଆଡ଼େ ଘରୋଇ ଗାଡ଼ିମାନକେ ଆମ୍ବୁଲାନ୍ସ ଲେଖେଁ ସୁବିଧା ନଁାଇଁନ। ଭଡ଼ା ଗାଡ଼ିରେ ରୁଗୀକେ ନେଲାବେଲେ ଠିକ୍‌ନା ସମିଆରେ ଚିକିଛା ସୁବିଧା ନାଇଁପାଇ କରି ଅଧାବାଟେ ରୁଗୀର ଜୀବନ୍‌ ପଲେଇଯାଉଥିବାର ଲେଖେଁ ଘଟନାର ନଜିର ରହିଛେ। ଇ ବାବ୍‌ଦେ ତୁଷୁରା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିଛା ଅଧ୍‌କାରୀ ଲଲାଟେନ୍ଦୁ ନାୟକକୁଁ ପଚ୍‌ରାଲାରୁ ଆମ୍ବୁଲାନ୍ସ ଲାଗି କେହେନ୍‌ସି ପରକାର ପଁାଠିର ବେବସ୍‌ତା ନଁାଇଁନ। ଯେନ୍‌ଥିରଲାଗି ଏନ୍‌ତା ଅବେବସ୍‌ତା ହେଉଛେ ବଲି ସେ କହିଥିଲେ। ଇ ଦିଗେ ଜିଲାପାଳ ଆର ବିଭାଗୀୟ ଉଚ କତୁରପକ୍ଷ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ଅଂଚଲର ବୁଧିଜୀବୀମାନେ ଦାବି କରିଛନ୍‌।