ତୀରବିଦ୍ଧ ମୃତ ବାର୍‌ହା ଜବତ, ଜଣେ କୋର୍ଟ ଚାଲାଣ

ଠାକୁରମୁଣ୍ଡା,୨୫।୧୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଚମ୍ପାଝର ଫରେଷ୍ଟ ବିଟ୍‌ ଅଞ୍ଚଳରୁ ବନବିଭାଗ ଏକ ତୀରବିଦ୍ଧ ବାର୍‌ହାର ମୃତଦେହ ଜବତ କରିଥିବାବେଳେ ଏହି ଘଟଣାରେ ଜଣେ ଚାଷୀଙ୍କୁ ଗିରଫ ସୋମବାର କୋର୍ଟ ଚାଲାଣ କରିଛି।
ସୂଚନାଯୋଗ୍ୟ, ଚମ୍ପାଝର ପଞ୍ଚାୟତ ଅନ୍ତର୍ଗତ ସୁଦର୍ଶନପୁର ଗ୍ରାମକୁ ଲାଗିଥିବା ଶିମିଳିପାଳ ସଂରକ୍ଷିତ ଜଙ୍ଗଲ କଡ଼ରେ ରହିଥିବା ଧାନ ବିଲଗୁଡିକରେ ଜଙ୍ଗଲ ଭିତରୁ ବାର୍‌ହା ପଲ ଆସି ପାଚିଲା ଧାନ ଫସଲ ଖାଇ ନଷ୍ଟ କରୁଥିବାରୁ ଚାଷୀମାନେ ବିଭିନ୍ନ ଉପାୟରେ ବାର୍‌ହା ପଲଙ୍କୁ ଘଉଡ଼ାଇ ଦେଉଥିଲେ। ତେବେ ରବିବାର ସୁଦର୍ଶନପୁର ଗ୍ରାମର ବିପିନ ବିହାରୀ ମହାନ୍ତଙ୍କ ବିଲରେ ବାର୍‌ହା ପଲ ଧାନ ଖାଉଥିବା ଦେଖି ସେ ଏକ ତୀର ମାରିଥିଲେ। ବାର୍‌ହା ପଲ ମଧ୍ୟରୁ ଏକ ୨ ବର୍ଷର ବାର୍‌ହା ଦେହରେ ୩ଟି ତୀର ବାଜିଥିଲା। ଫଳରେ ତା’ର ମୃତ୍ୟୁ ଘଟିଥିଲା। ବିପିନ ମୃତ ବାର୍‌ହାକୁ ଆଣି ନିକଟରେ ଥିବା ପୋଖରୀ କୂଳରେ ପୋତି ଦେଇଥିଲେ। ଖବର ପାଇ ଚମ୍ପାଝର ଫରେଷ୍ଟର ଗିରିଜା ନନ୍ଦ ଦଳେଇ, ଫରେଷ୍ଟ ଗାର୍ଡ କିଶୋର ମହାନ୍ତ, ଟିପିଏଫ୍‌ କର୍ମୀ ପରେଶ ଚନ୍ଦ୍ର ମହାନ୍ତ ଘଟଣାସ୍ଥଳକୁ ଯାଇ ମୃତ ବାର୍‌ହାକୁ ପୋତି ଘରକୁ ଫେରୁଥିବା ବିପିନଙ୍କୁ ଗିରଫ କରିବା ସହ ମୃତ ବାର୍‌ହାକୁ ଜବତ କରି ଠାକୁରମୁଣ୍ଡା ବନକାର୍ଯ୍ୟାଳୟକୁ ଆଣିଥିଲେ। ବନବିଭାଗ ବାର୍‌ହାର ମୃତଦେହ ବ୍ୟବଚ୍ଛେଦ କରି କେସ ନଂ. ୧୨୮ ଅନୁଯାୟୀ ମାମଲା ରୁଜୁ ପରେ ସୋମବାର ବିପିନଙ୍କୁ କୋର୍ଟ ଚାଲାଣ କରିଛି।

Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri