ତିହିଡି, ଚାନ୍ଦବାଲି ମଦମୃତ୍ୟୁ ଘଟଣା: ଅଭିଯୁକ୍ତଙ୍କ ଗିରଫ ଦାବିରେ ଗଣଧାରଣା, ପ୍ରତିବାଦ ସଭା

ତିହିଡ଼ି, ୧୪।୫(ଡି.ଏନ୍‌.ଏ.)- ଭଦ୍ରକ ଜିଲାର  ତିହିଡ଼ି ଓ ଚାନ୍ଦବାଲିରେ ବିଷାକ୍ତ ମଦ ପିଇ ୧୦ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପୋଲିସ ଓ ପ୍ରଶାସନ ଏଯାଏ କୌଣସି ପଦକ୍ଷେପ ନେଇ ନାହିଁ । ମଦମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗରିଫ କରିବା ଏବଂ ମୃତକ ଓ ପ୍ରଭାବିତ ପରିବାରଙ୍କୁ ସହାୟତା ଦେବା ଦାବି ନେଇ ମଙ୍ଗଳବାର ଭାଜପା ପକ୍ଷରୁ  ଗଣଧାରଣା ଦିଆଯାଇଥିଲା। ତିହିଡ଼ି ବ୍ଲକ ଅଧୀନ ପୀରହାଟ ବଜାରରେ ଆୟୋଜିତ ଗଣଧାରଣା ଓ ପ୍ରତିବାଦ ସଭାରେ ଲଙ୍କେଶ୍ୱରୀ ମଣ୍ଡଳ ସଭାପତି ଶଶିକାନ୍ତ ବିଶ୍ୱାଳ ପୌରୋହିତ୍ୟ କରିଥିଲେ। ଏଥିରେ ଭାଜପା ନେତାମାନେ ଯୋଗଦେଇ ଶାସକ ଦଳର ଜଣେ ବିଧାୟକ ଏବଂ ତାଙ୍କ ସହଯୋଗୀଙ୍କ ଗିରଫ ଦାବି କରିଥିଲେ। ସମ୍ପୃକ୍ତ  ନେତାଙ୍କ ନଁାରେ ଭାଜପା ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା କ୍ଷୋଭର ବିଷୟ ବୋଲି ବକ୍ତାମାନେ କହିଥିଲେ। ମଦମୃତ୍ୟୁର ଶିକାର ହୋଇଥିବା ଲୋକଙ୍କ ପରିବାରକୁ ଏ ପର୍ଯ୍ୟନ୍ତ ନ୍ୟାୟ ମିଳି ପାରିନାହିଁ। ପୋଲିସ ଓ ପ୍ରଶାସନ ଚାପର ବଶବର୍ତ୍ତୀ ହୋଇ କଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଦଳ ପକ୍ଷରୁ ଦର୍ଶାଯାଇ ଅବକାରୀ ବିଭାଗର ନିଷ୍କ୍ରିୟତାକୁ  ସମାଲୋଚନା କରାଯାଇଥିଲା। ତୁରନ୍ତ  ଏଦିଗରେ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଭାଜପା ପକ୍ଷରୁ ଆନ୍ଦୋଳନକୁ ଯୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ମୃତକଙ୍କ ପରିବାରକୁ ୩୦ଲକ୍ଷ ଟଙ୍କାର ସହାୟତା ପ୍ରଦାନ ସହ ପରିବାରର ଜଣକୁ ନିଯୁକ୍ତି ଦେବାକୁ ସଭାରେ ମଧ୍ୟ ଦାବି କରାଯାଇଥିଲା ା ଏମପି ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ଚାନ୍ଦବାଲି ମଣ୍ଡଳ ସଭାପତି କମଳାକାନ୍ତ ସୂତାର, ମତୋ ଗଜଲକ୍ଷ୍ମୀ ମଣ୍ଡଳ ସଭାପତି କାହ୍ନୁ ଚରଣ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପାଣି, ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ରଘୁନାଥ ପାତ୍ର, ଜିଲା କୃଷକ ମୋର୍ଚ୍ଚା ସଭାପତି ମଙ୍ଗରାଜ ନାୟକ, ଜିଲା ସମ୍ପାଦକ ସଂଗ୍ରାମ ମହାନ୍ତି ଓ ମୁକ୍ତିକାନ୍ତ ନାୟକ, ମଣ୍ଡଳ ଉପସଭାପତି ରାଜାରାମ ମହାକୁଡ଼, ସାଧାରଣ ସମ୍ପାଦକ ମାନସ ରଞ୍ଜନ ନାୟକ, ଦୁର୍ଗା ପ୍ରସାଦ ଦାସ, ଭଦ୍ରକାଳୀ ମଣ୍ଡଳ ସଭାପତି ନାରାୟଣ ସେନାପତି, ଜ୍ଞାନରଞ୍ଜନ ସାମନ୍ତ ସିଂହାର, ଅଶୋକ ରାଉତ, ଅନୀଲ ବେହେରା, ଅନାଦି ବାରିକ, ସୁରେନ୍ଦ୍ର ବଳ, ସଞ୍ଜୟ ବାରିକ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri