Categories: ଜାତୀୟ

ତିହାର ଜେଲ୍‌ ଗଲେ ସେନଗର: ୭ ଅଗଷ୍ଟରେ ପରବର୍ତ୍ତି ଶୁଣାଣି

ନୂଆଦିଲ୍ଲୀ,୫।୮: ଉନ୍ନାଓ ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଭାଜପାର ବହିଷ୍କୃତ ବିଧାୟକ କୁଲଦୀପ ସିଂ ସେନଗର ସୋମବାର ଦିଲ୍ଲୀର ତିସ୍‌ ହଜାରି କୋର୍ଟରେ ହାଜର ହୋଇଥିଲେ। କୋର୍ଟ ଏହି ମାମଲାର ଶୁଣାଣି କରି ସେନଗରଙ୍କୁ ଦିଲୀର ତିହାର ଜେଲକୁ ପଠାଇ ଦେଉଛନ୍ତି। ଏହି ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ୭ ତାରିଖରେ ହେବ ବୋଲି ସୂଚନା ମିଳିଛି। ସେନଗରଙ୍କ ସହ ଥିବା ଅନ୍ୟ ଜଣେ ସହଯୋଗୀ ଅଭିଯୁକ୍ତ ଶଶି ସିଂଙ୍କୁ ମଧ୍ୟ ତିହାର ଜେଲ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ, ଉନ୍ନାଓ ବଳାତ୍କାର ମାମଲା ସହ ଅନ୍ୟ ପ୍ରାୟ ୪ଟି ମାମଲା ରହିଛି ସେନଗରଙ୍କ ନାଁରେ।

Share