ଫୁଲବାଣୀ ଅଫିସ, ୨୮ା୮- କ. ନୂଆଗାଁ ବ୍ଲକ ସାଇନପଡ଼ା ପଞ୍ଚାୟତର ତିଲକପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଚାଲିଥିଲା। ଶ୍ରେଣୀ ଗୃହରେ ସାମାନ୍ୟ ବର୍ଷା ହେଲେ ପାଣି ଗଳୁଥିବାରୁ ପିଲାମାନେ ଛତା ଧରି ପାଠ ପଢ଼ୁଥିବା ଦେଖାଯାଇଥିଲା। ଏ ନେଇ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ଚେତା ପଶିଛି ା ପାଣି ଗଳୁଥିବା ଶ୍ରେଣୀଗୃହ ଉପରେ ପ୍ରଥମ ପର୍ଯ୍ୟାୟରେ ଆଜବେଷ୍ଟସ ପକାଯିବା ଆରମ୍ଭ ହୋଇଛି। ନଳକୂପ ସଜଡା ଯାଇଛି ା ଏବେ ସମ୍ପୂର୍ଣ୍ଣ ଶ୍ରେଣୀଗୃହ ପାଇଁ ନୂତନ ଟେଣ୍ଡର ଆହ୍ବାନ କରାଯିବାକୁ ପ୍ରସ୍ତୁତି ସରିଛି ା ମିଳିଥିବା ସୂଚନା ଅନୁସାରେ, ୨୦୧୨ ମସିହାରେ ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ୪୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଟେଣ୍ଡର ହୋଇଥିଲା ା ମାତ୍ର କେତେକ ଅନିବାର୍ଯ୍ୟ କାରଣ ଯୋଗୁ ଶ୍ରେଣୀଗୃହ ନିର୍ମାଣ ହୋଇ ପାରି ନ ଥିଲା ା ବର୍ଷ ଗଡିବାରୁ ସମ୍ପୃକ୍ତ ଟେଣ୍ଡରଧାରୀ ସେତିକି ଟଙ୍କାରେ କାମ କରିବା ସମ୍ଭବ ନୁହେଁ ବୋଲି କହି କାମ କରି ନ ଥିଲେ ା ଏ ନେଇ ସେ କୋର୍ଟ ଦ୍ୱାରସ୍ଥ ହୋଇଥିଲେ। ହେଲେ ପିଲାମାନେ ବର୍ଷାରେ ପଢ଼ୁଥିବା ଖବର ପ୍ରକାଶ ପାଇବା ପରେ ଜିଲାପାଳ ଏହାକୁ ଗୁରୁତ୍ୱର ସହ ନେଇ ଟେଣ୍ଡରଧାରୀଙ୍କ ସହ ଘଟଣା ବିଷୟରେ ପଚାରି ବୁଝିଥିଲେ। ପିଲାଙ୍କ ସ୍ବାର୍ଥକୁ ଦେଖି ତୁରନ୍ତ କେସ୍ ଉଠାଇବାକୁ ପରାମର୍ଶ ଦେଇଥିଲେ। ଠିକାଦାର ଜଣକ ରାଜି ହେବାରୁ ଏବେ ନୂତନ ଟେଣ୍ଡର ପାଇଁ ବାଟ ଫିଟିଛି ଏବଂ କାର୍ଯ୍ୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଆର୍ଡି (ଗ୍ରାମ୍ୟ ନିର୍ମାଣ ବିଭାଜନ) ବିଭାଗ ପକ୍ଷରୁ ସୂଚନା ମିଳିଛି ା ହେଲେ ନୂତନ ଆଜବେଷ୍ଟସ ଏବଂ ନଳକୂପ କାମ କ.ନୂଆଗାଁ ବ୍ଲକ ପକ୍ଷରୁ ଆରମ୍ଭ ହେବ। ବିଡିଓ ମନୋଜ କୁମାର ତ୍ରିପାଠୀଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟ କରାଯିବ ା ରୋଷେଇ ଘର, ନୂତନ ପାଇଖାନା ନିର୍ମାଣ ଏବଂ ଏକ ନିର୍ମିତ ନୂତନ କୋଠାର ଛାତ ଗ୍ରୀଡିଂ କରାଯିବାକୁ ବିଡିଓ ତାଙ୍କ ରିପୋର୍ଟରେ ଜିଲାପାଳଙ୍କୁ ଅବଗତ କରିଛନ୍ତି। ସୁଚନାଯୋଗ୍ୟ, ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ୧୦ମ ପର୍ଯ୍ୟନ୍ତ ଶ୍ରେଣୀ ରହିଛି ା ପ୍ରାୟ ୨୦୦ ଛାତ୍ରୀଛାତ୍ର ୬ଟି ଶେଣ୍ରୀ ଗୃହରେ ପାଠ ପଢ଼ୁଛନ୍ତି। ବର୍ଷା ଦିନ ଆସିଲେ ସ୍କୁଲରେ ଛାତ୍ରୀଛାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାରଣ ୪ଟି ଗୃହରେ ଛାତରୁ ବର୍ଷା ପାଣି ପଡୁଛି ା
ତିଲକପଙ୍ଗା ସ୍କୁଲରେ ଛତା ଧରି ପିଲା ପଢ଼ିବା ଘଟଣା: ପ୍ରଶାସନ ଚେତିଲା,ଶ୍ରେଣୀଗୃହ ପାଇଁ ହେବ ନୂଆ ଟେଣ୍ଡର
Posted inଆମ ଜିଲା ଖବର, କନ୍ଧମାଳ View All
ରେଳ ଲାଇନ୍ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…
ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…
ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…
ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍. ଉଦୟଗିରି ଥାନା…
ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…
ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍। ମଙ୍ଗଳବାର ଅପରାହ୍ନ ପ୍ରାୟ…
ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’
ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…
ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ
ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…
ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…
ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…
ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…
ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…
ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…
ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍ପି ଶୁଭେନ୍ଦୁ କୁମାର ପାତ୍ର…
Archives

