Categories: ଜାତୀୟ

ତିରୁମାଳା ମନ୍ଦିରରେ ଦଳାଚକଟା,୩ ଆହତ

ଅମରାବତୀ,୧୨।୪: ଆନ୍ଧ୍ରପ୍ରଦେଶ ସ୍ଥିତ ତିରୁମାଳା ଭେଙ୍କଟେଶ୍ୱର ମନ୍ଦିରରେ ମଙ୍ଗଳବାର ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ ଜମିଛି। ତେବେ ପ୍ରବଳ ଭିଡ଼ ଯୋଗୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ତିନି ଜଣ ଭକ୍ତ ଏହା ମଧ୍ୟରେ ଆହତ ହୋଇଥିବା ଜଣାପଡ଼ିଛି ।ସୂଚନା ଅନୁସାରେ, ଶ୍ରଦ୍ଧାଳୁ ମନ୍ଦିର ଦର୍ଶନ କରିବାକୁ ଟିକେଟ ପାଇଁ କାଉଣ୍ଟରରେ ଭିଡ ହୋଇଥିଲା। ଏଥିରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର କର୍ତ୍ତୃପକ୍ଷ ବିନା ଟିକେଟ୍‌ରେ ମନ୍ଦର ପରିସରକୁ ଭକ୍ତଙ୍କୁ ଛଡା ଯାଇଛି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣ ଥିବା ମନ୍ଦିର କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି।

Share