ନାଉଗଁ।, ୨୨।୨ (ସ୍ବ.ପ୍ର.): ନାଉଗଁ। ବ୍ଲକ ଅଧୀନ ତିରୁଣା ସେବା ସମବାୟ ସମିତିରେ ଧାନ ଦେବା ସମୟରେ ଚାଷୀମାନଙ୍କୁ ଦୁର୍ବ୍ୟବହାର କରାଯିବା ସହ କୁଇଣ୍ଟାଲ ପିଛା ୨ କି.ଗ୍ରା. ଲେଖାଏ ଧାନ କାଟି ଦିଆଯାଉଛି। ଏ ନେଇ ଜାମୁଗଁ। ପଞ୍ଚାୟତ ନନ୍ଦିଗ୍ରାମର ଚାଷୀ ଦିଲୀପ ପାଢ଼ୀ ଗୁରୁବାର ଜିଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ମୁତାବକ, ମଣ୍ଡିରେ ଧାନ ଦେବା ପାଇଁ ଦିଲୀପ ସୋସାଇଟିରେ ନାମ ପଞ୍ଜୀକୃତ କରାଇଥିଲେ। ସେହି ତାଲିକା ଅନୁସାରେ ଗତ ୧୮ ଫେବୃୟାରୀରେ ସେ ମଣ୍ଡିରେ ଧାନ ଦେବାକୁ ଯାଇଥିଲେ। ତାଙ୍କଠାରୁ ମିଲର ୪୬ କୁଇଣ୍ଟାଲ ୬୩ କି.ଗ୍ରା. ଧାନ ନେଇଥିଲେ, କିନ୍ତୁ ୪୫ କୁଇଣ୍ଟାାଲ ୭୦ କିଗ୍ରାର ଟୋକନ ପ୍ରଦାନ କରିଥିଲେ। ଏ ନେଇ ସେ ସୋସାଇଟି ସମ୍ପାଦକଙ୍କୁ ପଚାରିବାରୁ ପ୍ରତି କୁଇଣ୍ଟାଲ ପିଛା ୨ କି.ଗ୍ରା. ଲେଖାଏ ଧାନ କଟା ଯାଇଥିବା କହିଥିଲେ। ମିଲରର ଗାଡ଼ିକୁ ଧାନ ଉଠାଇବା ବାବଦକୁ ତାଙ୍କୁ ୫ ଶହ ଟଙ୍କା ମଗାଯାଇଥିଲା। ମାତ୍ର ସେ ଏହାର ପ୍ରତିବାଦ କରିବାରୁ ମିଲରଙ୍କ ଏଜେଣ୍ଟ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଉକ୍ତ ମଣ୍ଡିରେ ଧାନ ଦେଉଥିବା ସମସ୍ତ ଚାଷୀ ଶୋଷଣର ଶିକାର ହେଉଛନ୍ତି ବୋଲି ଦିଲୀପ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି।ଏ ବିଷୟରେ ଜିଲା ଯୋଗାଣ ଅଧିକାରୀଙ୍କ ଦୃଷ୍ଟିଆକର୍ଷଣ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳୁନି। ତେଣୁ ଉକ୍ତ ସୋସାଇଟିରେ ହେଉଥିବା ଅନିୟମିତତାର ତଦନ୍ତ କରାଯାଇ ସମ୍ପୃକ୍ତ କର୍ମଚାରୀ ଓ ମିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲୀପ ଦାବି କରିଛନ୍ତି। ଏ ନେଇ ଜିଲା ଯୋଗାଣ ନିରୀକ୍ଷକଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ବି ତାହା ସମ୍ଭବ ହୋଇପାରିନାହିଁ।
Posted inଆମ ଜିଲା ଖବର, ଜଗତ୍ସିଂହପୁର View All
ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ
ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...
୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ
ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...
ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…
ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...
ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..
ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...
ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ
ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...
ଗାଁକୁ ଫେରିବା ବେଳେ ବାଇକ୍କୁ ଧକ୍କାଦେଲା ବୁଲେଟ୍, ଚାଲିଗଲା ସଳିତା ବିକାଳିଙ୍କ ଜୀବନ
ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...
ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ
କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...
ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍ଗାର୍ଡ
ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...
Archives


