ଜିଲା ବିଜେଡି ସଭାପତିରେ ସରୋଜଙ୍କ ହ୍ୟାଟ୍ରିକ

ଫୁଲବାଣୀ ଅଫିସ, ୨୨ା୨-କନ୍ଧମାଳ ଜିଲା ବିଜେଡି ସଭାପତିଙ୍କୁ ନେଇ କିଛିଦିନ ଧରି ଚାଲିଥିଲା ଚର୍ଚ୍ଚାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ସରୋଜ କର୍ଣ୍ଣଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ପୁନର୍ବାର କନ୍ଧମାଳ ଜିଲା ସଭାପତି ଭାବେ ଚୟନ କରିଛନ୍ତି। ଚଳିତ ଥରକୁ ମିଶାଇ ସେ କ୍ରମାଗତ ଭାବେ ୩ ଥର ଜିଲା ସଭାପତି ହେବାର ଗୌରବ ଅର୍ଜନ କରିବାସହ ହ୍ୟାଟ୍ରିକ କରିଛନ୍ତି। ଏନେଇ ତାଙ୍କ ସମର୍ଥଙ୍କ ଏବଂ ବିଜେଡି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି। ଫୁଲବାଣୀ ସହର ହନୁମାନ ମନ୍ଦିର ପାଖରେ ଥିବା ତାଙ୍କ ଅଫିସକୁ ବହୁ ସଂଖ୍ୟାରେ କର୍ମୀ ଆସି ଅଭିନନ୍ଦନ ଜଣାଇଛନ୍ତି।
୨୦୧୩ରୁ ୨୦୧୬, ୨୦୧୬ରୁ ୨୦୨୦ ଯାଏ ସରୋଜ ଜିଲା ବିଜେଡି ସଭାପତି ଥିଲେ। ଏବେ ପୁଣି ସେ ଦାୟିତ୍ୱରେ ରହିଲେ। ଏଥି ପୂର୍ବରୁ ସେ ୧୯୯୭ରେ ଫୁଲବାଣୀ ସମବାୟ ଗୃହ ନିର୍ମାଣ ସଭାପତି, ୧୯୯୧ରୁ ୨୦୦୩ ଯାଏ ଛାତ୍ର ସଭାପତି(ଜନତା ଦଳ ଏବଂ ବିଜେଡି), ୨୦୦୭ରୁ ୨୦୧୩ ଯୁବ ସଭାପତି ଦାୟିତ୍ୱ ତୁଲାଇ ଥିବାବେଳେ ଏବେ ସେ ଜିଲା ସଭାପତି ସମେତ ରାଜ୍ୟ ସମବାୟ ଗୃହ ନିର୍ମାଣ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ମୋ ଉପରେ ବିଶ୍ୱାସ କରି ମୋତେ ଏହି ଦାୟିତ୍ୱ ଦେଇଥିବାରୁ ତାଙ୍କୁ କୃତଜ୍ଞତା ଜଣାଉଛି। ମୋ ସମୟରେ ଆମେ ମିଳିତ ହୋଇ ଜି.ଉଦୟଗିରି ଏବଂ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) ଦଖଲ କରିଥିଲୁ। କେବେ ବି ଜିଲା ପରିଷଦ ଗଠନ ହୋଇ ନ ଥିଲା। ଗତ ନିର୍ବାଚନରେ ଏହା ଦଖଲ କରିଛୁ। ସେହିପରି ସାଧାରଣ ନିର୍ବାଚନରେ ସମସ୍ତ ବିଧାୟକ ଏବଂ ଏମ୍‌ପି ସିଟ୍‌ ଆମ ଦଖଲରେ ରହିଛି। ଆଗକୁ ପୌର ପରିଷଦ ନିର୍ବାଚନ ହେବ। ତାହାକୁ ମଧ୍ୟ ନିଜ ଅକ୍ତିଆରକୁ ଆଣିବୁ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ନାବାଳିକାଙ୍କୁ ଗର୍ଭବତୀ କରି ଫେରାର ଥିଲେ ବିବାହିତ ଯୁବକ, ଭୁବନେଶ୍ୱରରୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ପ୍ରଥମେ ପ୍ରେମ ଓ ପରେ ଶାରୀରିକ ସମ୍ପର୍କ...

ଉପେନ୍ଦ୍ରଙ୍କ ଦିନରେ ନୁହେଁ, ରାତିରେ ଜମୁଛି ପ୍ରଚାର

ବାଲିଗୁଡା,୨୧।୦୪: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏବେ...

ମାମୁ-ଭଣଜା ଗୋଷ୍ଠୀ ସଂଘର୍ଷ: ୬ ଗୁରୁତର

ବାଲିଗୁଡ଼ା,୨୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାରେ ଶନିବାର ବିଳମ୍ବିତ ରାତିରେ ଜାଗାବାଡ଼ିକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଗୋଟିଏ ଗୋଷ୍ଠୀ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ବିଜେଡିର ବଢୁଛି ବଳ: ଦଳରେ ସାମିଲ ହେଲେ ଅନେକ କଂଗ୍ରେସ-ଭାଜପା କର୍ମୀ

ଦାରିଙ୍ଗବାଡି, ୧୮।୪ (ଅରୁଣ ସାହୁ): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଦିନକୁ ଦିନ ବଳ ବୃଦ୍ଧି ହେବାରେ ଲାଗିଛି। ଗତ ସପ୍ତାହରେ ଦାରିଙ୍ଗବାଡିଠାରେ...

ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri