ତିନି ମାସର ଦରମା ଦାନ କଲେ ମୁକେଶ

ପାଲଲହଡ଼ା, ୨୭।୩ (ଡି.ଏନ.ଏ.): ଅନୁଗୋଳ ଜିଲା ପାଲଲହଡା ବିଧାୟକ ମୁକେଶ କୁମାର ପାଲ ତାଙ୍କର ଆଗାମୀ ୩ ମାସର ଦରମା (ବେସିକ ସାଲାରି) ବାବଦ ୧ଲକ୍ଷ ୫ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। କରୋନା ମୁକାବିଲା ପାଇଁ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ପରେ ବିଧାୟକ ପାଲ୍‌ ତାଙ୍କର ଦରମା ପ୍ରଦାନ କରିଥିବା ସୂଚନା ଦେଇଛନ୍ତି।