ତିନି କପ୍‌ରୁ ବେଶି କଫି ପିଇଲେ ଅଧାକପାଳି ବିନ୍ଧା ହୁଏ

ନ୍ୟୁୟର୍କ: କଫିପ୍ରିୟ ବ୍ୟକ୍ତିମାନେ ଟିକେ ସାବଧାନ ହୋଇଯାଆନ୍ତୁ। ଦିନକୁ ତିନି କପ୍‌ରୁ ବେଶି କଫି ପିଅନ୍ତୁନାହିଁ। ନଚେତ ଅଧାକପାଳି ବିନ୍ଧାର ଶିକାର ହୋଇପାରନ୍ତି। ଯେଉଁଦିନ ତିନିି କପରୁ ବେଶି କଫି ପିଇବେ ସେହିଦିନ ମାଇଗ୍ରେନର ଶିକାର ହେବା ସହ ତା’ ପରଦିନ ମଧ୍ୟ ଏହି ସମସ୍ୟାରେ ପଡିପାରନ୍ତି ବୋଲି କୁହାଯାଇଛି। ନିଦ୍ରାହୀନତା ବି ଅଧାକପାଳି ବିନ୍ଧାର ଏକ କାରଣ ହେଲେ ମଧ୍ୟ କଫି ଯୋଗୁ ହେଉଥିବା ଏହି ସମସ୍ୟା ଭାରି ଜଟିଳ ଓ ଏହା ହାର୍ଟ ଆଟାକର କାରଣ ବି ହୋଇପାରେ ବୋଲି ହାଓ୍ବାର୍ଡ ବିଶ୍ୱବିଦ୍ୟାଳୟର ଗବେଷକ ଏଲିଜାବେଥ ମସ୍ତୋସ୍କି କହିଛନ୍ତି। ଏହି ଗବେଷଣା ଲବ୍ଧ ତଥ୍ୟ ଦି ଆମେରିକାନ ଜର୍ନାଲ ଅଫ ମେଡିସିନରେ ପ୍ରକାଶ ପାଇଛି।

Share