Categories: ଖେଳ

ତିକ୍ତତା ଭିତରେ ଆଜି ଭାରତର ଜ୍ୱାଇଁ ହେବେ ପାକିସ୍ତାନ କ୍ରିକେଟର ହସନ ଅଲ୍ଲୀ

ଜମ୍ମୁ-କଶ୍ମୀର ବିଭାଜନ ଓ ଧାରା ୩୭୦ର ଉଚ୍ଛେଦ ନେଇ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଆହୁରି ବଢିବାରେ ଲାଗିଛି। ଏସବୁ ଭିତରେ ଉଭୟ ଦେଶର ଲୋକଙ୍କ ପାଇଁ ଏକ ଖୁସି ଖବର ରହିଛି। ପାକିସ୍ତାନର ଦମଦାର ବୋଲର୍‌ ହସନ ଅଲ୍ଲୀ ମଙ୍ଗଳବାର ଭାରତର ଝିଅ ସାମିଆ ଅରଜୁଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ଦୁହିଁଙ୍କ ପ୍ରି-ଓ୍ବେଡିଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଦୁବାଇର ଆଟଲାଣ୍ଟିସ ପାମ ହୋଟେଲରେ ଏହି ବିବାହ ଅନୁଷ୍ଠିତ ହେବ। ସାମିଆ ଅରଜୁ ହେଉଛନ୍ତି ହରିୟାଣାର ମେୱଟ ଜିଲାର ମୂଳ ବାସିନ୍ଦା। ସେ ହରିୟାଣାର ଫରିଦାବାଦସ୍ଥିତ ମାନବ ରଚନା ବିଶ୍ୱବିଦ୍ୟାଳୟରୁ ଏରୋନଟିକ୍ସ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି। ସାମିଆ ପ୍ରଥମେ ଜେଟ ଏୟାରୱେଜ ପାଇଁ କାମ କରୁଥିଲେ। ବର୍ତ୍ତମାନ ସେ ଦୁବାଇ ଏମିରେଟ୍ସ ଏୟାରଲାଇନ୍ସରେ ଫ୍ଲାଇଟ ଇଞ୍ଜିନିୟର ଭାବେ କାମ କରୁଛନ୍ତି।

Share