ତାୱା ଫ୍ରାଏଡ୍‌ ଖଇଙ୍ଗା

ସୁଆଦିଆ ଖାଦ୍ୟ ଖାଇବାକୁ ସମସ୍ତେ ଇଚ୍ଛା ରଖିଥାନ୍ତି। ସେଥିପାଇଁ ଯେଉଁ ହୋଟେଲ ବା ରେଷ୍ଟୁରାଣ୍ଟରେ ସୁସ୍ବାଦୁ ଖାଦ୍ୟ ମିଳେ ସେଠାରେ ଗ୍ରାହକଙ୍କ ବେଶ୍‌ ଭିଡ଼ ଜମେ। ପର୍ଯ୍ୟଟକଙ୍କ ସହର ପୁରୀରେ ଶହଶହ ହୋଟେଲ ଓ ରେଷ୍ଟୁରାଣ୍ଟରେ ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଏ। ପୁରୀ ସି ବିଚ୍‌ ରୋଡ୍‌ରେ ରହିଛି ହୋଟେଲ ମହୋଦଧି ପ୍ୟାଲେସ। ଏଠାରେ ଉଭୟ ଆମିଷ ଏବଂ ନିିରାମିଷ ଖାଦ୍ୟ ପ୍ରସ୍ତୁତ କରାଯାଏ। ତେବେ ହୋଟେଲର ଏକ ଚାହିଦାଯୁକ୍ତ ଡିଶ୍‌ ହେଉଛି ତାୱା ଫ୍ରାଏଡ୍‌ ଖଇଙ୍ଗା। ଏହି ଇଣ୍ଡିଆନ୍‌ ଡିସ୍‌ ପ୍ଲେଟ୍‌ ଦାମ୍‌ ୪୦୦ ଟଙ୍କା ରହିଥିବାବେଳେ ଏହାର ପ୍ରସ୍ତୁତି ସମ୍ପର୍କରେ ହୋଟେଲର ମୁଖ୍ୟ ଶେଫ୍‌ ହରେକୃଷ୍ଣ ମହାନ୍ତି କୁହନ୍ତି…

ଆବଶ୍ୟକ ସାମଗ୍ରୀ:

ଖଇଙ୍ଗା ମାଛ : ୧ଟି (୪୦୦ ଗ୍ରାମ୍‌)
ସୋରିଷ ତେଲ: ୩୦ ମିଲିଗ୍ରାମ୍‌
ବଟା ସୋରିଷ: ୨୦ ଗ୍ରାମ୍‌
ଅଦା ଓ ରସୁଣ ପେଷ୍ଟ: ୨୦ ଗ୍ରାମ୍‌
ନାଲି ଲଙ୍କା ଗୁଣ୍ଡ: ୫ ଗ୍ରାମ୍‌
ଧନିିଆପତ୍ର: ୫ ଗ୍ରାମ୍‌
ଜିରା ଗୁଣ୍ଡ: ୫ ଗ୍ରାମ୍‌
ହଳଦୀ ଗୁଣ୍ଡ: ୫ ଗ୍ରାମ୍‌
ଲେମ୍ବୁ: ୧ଟି
ପିଆଜ ରିଙ୍ଗ ସାଇଜ୍‌: ୧ଟି
ଧନିିଆପତ୍ର ଚପ୍‌: ୬ ପାଖୁଡା
ସ୍ବାଦ ଅନୁଯାୟୀ ଲୁଣ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗୋଟା ମାଛକୁ ଭଲ ଭାବେ କାତି ଛଡାଇ ଦିଅନ୍ତୁ। ଏହାକୁ ଧୋଇ ଛୁରିରେ କଟା ଦାଗ ଦିଅନ୍ତୁ, ଯେପରି ମ୍ୟାରିନେଟ କଲାବେଳେ ମସଲା ମାଛ ମଧ୍ୟକୁ ଭଲ ଭାବେ ଯାଇପାରିବ। ଏହାପରେ ଏକ ପାତ୍ରରେ ଅଦାରସୁଣ ପେଷ୍ଟ, ଜିରାଗୁଣ୍ଡ, ଧନିିଆଗୁଣ୍ଡ, ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, ସୋରିଷ ପେଷ୍ଟ, ଚପ୍‌ ଧନିିଆପତ୍ର, ଅଧା ଲେମ୍ବୁ ଏବଂ ୧୦ ମିଲିଗ୍ରାମ୍‌ ସୋରିଷ ତେଲ ଦେଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏଥିରେ ସ୍ବାଦ ଅନୁସାରେ ଲୁଣ ପକାନ୍ତୁ। ଭଲ ଭାବେ ମିଶ୍ରଣ ହେବା ପରେ ଏହାକୁ ଗୋଟା ଖଇଙ୍ଗା ମାଛ ଉପରେ ଲେପ ଦିଅନ୍ତୁ। ଏହାପରେ ଗରମ ତାୱାରେ ଅବଶିଷ୍ଟ ତେଲ ପକାଇ ଗରମ କରନ୍ତୁ। ମ୍ୟାରିନେଟ ହୋଇଥିବା ମାଛକୁ ତେଲରେ ପକାନ୍ତୁ ଏବଂ ପ୍ରତି ଦୁଇ ତିନିି ମିନିଟ୍‌ରେ ଓଲଟ ପାଲଟ କରନ୍ତୁ। ମାଛଟି ସମ୍ପୂର୍ଣ୍ଣ ଭାବେ ଫ୍ରାଏଡ୍‌ ହୋଇଗଲା ପରେ ଏହାକୁ ଏକ ପ୍ଲେଟ୍‌ରେ ବାହାର କରି ରଖନ୍ତୁ। ରିଙ୍ଗ୍‌ ଓନିଇନ୍‌ ଓ ଲେମନ୍‌ ସ୍ଲାଇସ ସହିତ ପରଷି ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri