ତାୱା ଫ୍ରାଏଡ୍‌ ଖଇଙ୍ଗା

ସୁଆଦିଆ ଖାଦ୍ୟ ଖାଇବାକୁ ସମସ୍ତେ ଇଚ୍ଛା ରଖିଥାନ୍ତି। ସେଥିପାଇଁ ଯେଉଁ ହୋଟେଲ ବା ରେଷ୍ଟୁରାଣ୍ଟରେ ସୁସ୍ବାଦୁ ଖାଦ୍ୟ ମିଳେ ସେଠାରେ ଗ୍ରାହକଙ୍କ ବେଶ୍‌ ଭିଡ଼ ଜମେ। ପର୍ଯ୍ୟଟକଙ୍କ ସହର ପୁରୀରେ ଶହଶହ ହୋଟେଲ ଓ ରେଷ୍ଟୁରାଣ୍ଟରେ ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଏ। ପୁରୀ ସି ବିଚ୍‌ ରୋଡ୍‌ରେ ରହିଛି ହୋଟେଲ ମହୋଦଧି ପ୍ୟାଲେସ। ଏଠାରେ ଉଭୟ ଆମିଷ ଏବଂ ନିିରାମିଷ ଖାଦ୍ୟ ପ୍ରସ୍ତୁତ କରାଯାଏ। ତେବେ ହୋଟେଲର ଏକ ଚାହିଦାଯୁକ୍ତ ଡିଶ୍‌ ହେଉଛି ତାୱା ଫ୍ରାଏଡ୍‌ ଖଇଙ୍ଗା। ଏହି ଇଣ୍ଡିଆନ୍‌ ଡିସ୍‌ ପ୍ଲେଟ୍‌ ଦାମ୍‌ ୪୦୦ ଟଙ୍କା ରହିଥିବାବେଳେ ଏହାର ପ୍ରସ୍ତୁତି ସମ୍ପର୍କରେ ହୋଟେଲର ମୁଖ୍ୟ ଶେଫ୍‌ ହରେକୃଷ୍ଣ ମହାନ୍ତି କୁହନ୍ତି…

ଆବଶ୍ୟକ ସାମଗ୍ରୀ:

ଖଇଙ୍ଗା ମାଛ : ୧ଟି (୪୦୦ ଗ୍ରାମ୍‌)
ସୋରିଷ ତେଲ: ୩୦ ମିଲିଗ୍ରାମ୍‌
ବଟା ସୋରିଷ: ୨୦ ଗ୍ରାମ୍‌
ଅଦା ଓ ରସୁଣ ପେଷ୍ଟ: ୨୦ ଗ୍ରାମ୍‌
ନାଲି ଲଙ୍କା ଗୁଣ୍ଡ: ୫ ଗ୍ରାମ୍‌
ଧନିିଆପତ୍ର: ୫ ଗ୍ରାମ୍‌
ଜିରା ଗୁଣ୍ଡ: ୫ ଗ୍ରାମ୍‌
ହଳଦୀ ଗୁଣ୍ଡ: ୫ ଗ୍ରାମ୍‌
ଲେମ୍ବୁ: ୧ଟି
ପିଆଜ ରିଙ୍ଗ ସାଇଜ୍‌: ୧ଟି
ଧନିିଆପତ୍ର ଚପ୍‌: ୬ ପାଖୁଡା
ସ୍ବାଦ ଅନୁଯାୟୀ ଲୁଣ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗୋଟା ମାଛକୁ ଭଲ ଭାବେ କାତି ଛଡାଇ ଦିଅନ୍ତୁ। ଏହାକୁ ଧୋଇ ଛୁରିରେ କଟା ଦାଗ ଦିଅନ୍ତୁ, ଯେପରି ମ୍ୟାରିନେଟ କଲାବେଳେ ମସଲା ମାଛ ମଧ୍ୟକୁ ଭଲ ଭାବେ ଯାଇପାରିବ। ଏହାପରେ ଏକ ପାତ୍ରରେ ଅଦାରସୁଣ ପେଷ୍ଟ, ଜିରାଗୁଣ୍ଡ, ଧନିିଆଗୁଣ୍ଡ, ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, ସୋରିଷ ପେଷ୍ଟ, ଚପ୍‌ ଧନିିଆପତ୍ର, ଅଧା ଲେମ୍ବୁ ଏବଂ ୧୦ ମିଲିଗ୍ରାମ୍‌ ସୋରିଷ ତେଲ ଦେଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏଥିରେ ସ୍ବାଦ ଅନୁସାରେ ଲୁଣ ପକାନ୍ତୁ। ଭଲ ଭାବେ ମିଶ୍ରଣ ହେବା ପରେ ଏହାକୁ ଗୋଟା ଖଇଙ୍ଗା ମାଛ ଉପରେ ଲେପ ଦିଅନ୍ତୁ। ଏହାପରେ ଗରମ ତାୱାରେ ଅବଶିଷ୍ଟ ତେଲ ପକାଇ ଗରମ କରନ୍ତୁ। ମ୍ୟାରିନେଟ ହୋଇଥିବା ମାଛକୁ ତେଲରେ ପକାନ୍ତୁ ଏବଂ ପ୍ରତି ଦୁଇ ତିନିି ମିନିଟ୍‌ରେ ଓଲଟ ପାଲଟ କରନ୍ତୁ। ମାଛଟି ସମ୍ପୂର୍ଣ୍ଣ ଭାବେ ଫ୍ରାଏଡ୍‌ ହୋଇଗଲା ପରେ ଏହାକୁ ଏକ ପ୍ଲେଟ୍‌ରେ ବାହାର କରି ରଖନ୍ତୁ। ରିଙ୍ଗ୍‌ ଓନିଇନ୍‌ ଓ ଲେମନ୍‌ ସ୍ଲାଇସ ସହିତ ପରଷି ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ

ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri