Categories: ଜାତୀୟ

ତାଲିବାନ ବିରୋଧରେ ଭାରତ ଲଢ଼ିଲେ ପିଓକେ ପ୍ରସଙ୍ଗରେ ସହାୟତା ଯୋଗାଇବ ଆମେରିକା: ସୁବ୍ରମଣ୍ୟମ୍‌ ସ୍ବାମୀ

ନୂଆଦିଲ୍ଲୀ,୩୧।୮: ତାଲିବାନ ବିରୋଧରେ ଭାରତ ଲଢ଼ିଲେ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ପ୍ରସଙ୍ଗରେ ଆମେରିକା ଆବଶ୍ୟକ ସହାୟତା କରିବ। ଏନେଇ ଭାଜପାର ବରିଷ୍ଠ ନେତା ସୁବ୍ରମଣ୍ୟମ୍‌ ସ୍ବାମୀ ଶନିବାର ଟୁଇଟ୍‌ କରି ଏଭଳି ଦାବି କରିଛନ୍ତି। ଆଫଗାନିସ୍ତାନରେ ତାଲିବାନ ସହିତ ଭାରତ ଲଢ଼େଇ କଲେ ଆମେରିକା ପିଓକେ ଉପରେ ଅଧିକାର ଆଣିବାରେ ସାହାର୍ଯ୍ୟ କରିବ ବୋଲି ସ୍ବାମୀ କହିଛନ୍ତି। ଏନେଇ ତାଙ୍କ ପାଖରେ କିଛି ତଥ୍ୟ ଥିବା ସ୍ବାମୀ କହିଛନ୍ତି। ଭାଜପା ପକ୍ଷରୁ ସ୍ବାମୀଙ୍କ ଏଭଳି ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

Share