ତାଲିବାନ ଆତଙ୍କବାଦୀ ଆକ୍ରମଣ: ୧୭ ମୃତ

ତଖର,୨୯।୧୨: ଆଫଗାନିସ୍ତାନର ଉତ୍ତରପୂର୍ବରେ ଥିବା ତଖର ଅଞ୍ଚଳରେ ତାଲିବାନ ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ଆକ୍ରମଣରେ ୧୭ ଜଣ ସାଧାରଣ ଜନତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସ୍ଥାନୀୟ ଟେଳିଭିଜନ ଚ୍ୟାନେଲର ସୂଚନା ଅନୁଯାୟୀ ଏଥିରେ ଆହତ ୪ ଜଣଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖ୍ବାଜା ବାହାଉଦ୍ଦିନ ଜିଲାର ତଖର ଅଞ୍ଚଳରେ ଏହା ଶନିବାର ରାତିରେ ହୋଇଥିବା ସୂଚନା ମିଳିଛି। ଆଫଗାନୀସ୍ତାନ ସରକାର ପ୍ରାୟ ୨ ଦଶନ୍ଧି ହେବ ତାଲିବାନ ଆତଙ୍କବାଦୀଙ୍କ ସହ ଲଢି ଆସୁଥିଲେ ମଧ୍ୟ ଏହାର କୌଣସି ସମାଧାନ ହୋଇପାରୁ ନାହିଁ ବୋଲି କୁହାଯାଉଛି।

Share