ତାଲିବାନ୍‌ ସହିତ ହେବନି ଗୁପ୍ତ ବୈଠକ, ଶାନ୍ତି ଆଲୋଚନା ରଦ୍ଦ କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୮।୯: ତାଲିବାନ୍‌ ସହିତ ଗୁପ୍ତ ବୈଠକ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ମନା କରିଛନ୍ତିି। ଏହା ସହିତ ଶାନ୍ତି ଆଲୋଚନାକୁ ମଧ୍ୟ ରଦ୍ଦ କରାଯାଇଛି ବୋଲି ଟ୍ରମ୍ପ୍‌ ଘୋଷଣା କରିଛନ୍ତି। କାବୁଲ୍‌ରେ ହୋଇଥିବା ତାଲିବାନ୍‌ ଆକ୍ରମଣରେ ଜଣେ ଆମେରିକା ସୈନ୍ୟଙ୍କ ସହିତ ୧୧ ଜଣଙ୍କ ମୃତ୍ୟୁ ଘଟିବାରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଟ୍ରମ୍ପ୍‌ କହିଛନ୍ତି। ରବିବାର ଏନେଇ ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ୍‌ ଗନି ଗୁପ୍ତରେ ଟ୍ରମ୍ପ୍‌ଙ୍କୁ ଭେଟି ଆଲୋଚନା କରିଥାନ୍ତେ। ଗନିଙ୍କ ସହିତ ୧୩ ଜଣିଆ ପ୍ରତିନିଧି ମଣ୍ଡଳ ଆମେରିକା ଆସିବାର ଯୋଜନା ଥିଲା।

Share