ତାଲା ଭାଙ୍ଗି ଚୋରି

ଆସିକା,୬।୬(ଡି.ଏନ୍‌.ଏ.)- ଆସିକା ସହରାଞ୍ଚଳରେ ପୁଣି ଲୁଟେରା ସକ୍ରିୟ ହୋଇଉଠିଛନ୍ତି। ବୁଧବାର ରାତିରେ ଆସିକା ଏନ୍‌ଏସିର ଅଶୋକା ସିନେମା ରୋଡରେ ଦୁର୍ବୃତ୍ତ ଏକ ସେଲୁନ୍‌ ଦୋକାନ ତାଲା ନଗଦ ଟଙ୍କା ଲୁଟି ନେଇଛନ୍ତି। ସେଲୁନ୍‌ଠାରୁ ପ୍ରାୟ ଶହେ ଫୁଟ ଦୂର ମାଲସାହିରେ ଗୋଟିଏ ତାଲା ବନ୍ଦ ଘର ଉପରେ ଲୁଟେରାଙ୍କ ନଜର ପଡିଥିଲା। ପ୍ରଥମ ଦ୍ୱାରର ତାଲା ଭାଙ୍ଗି ଭିତରେ ପଶିଥିଲେ ମଧ୍ୟ ଦ୍ୱିତୀୟ ଦ୍ୱାରର ତାଲା ଭାଙ୍ଗି ନ ପାରି ଫେରିଯାଇଥିବା ଜଣାଯାଇଛି। ମାସକ ତଳେ ସେହି ରାସ୍ତାରେ ଗୋଟିଏ ମୋବାଇଲ୍‌ ଦୋକାନର ତାଲା ଭାଙ୍ଗିବାକୁ ଉଦ୍ୟମ କରି ଦୁର୍ବୃତ୍ତ ବିଫଳ ହୋଇଥିଲେ। ପୋଲିସ ପକ୍ଷରୁ ରାତ୍ର ପାଟ୍ରୋଲିଂ କଡା କଡା କରିବା ଲାଗି ସାଧାରଣରେ ଦାବି ହେଉଛି। ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ ହୋଇ ନ ଥିବା ଜଣାପଡିଛି।

Share