Categories: ଫୁରସତ

ତାରରେ ଝୁଲି ବିବାହ କଲେ ଏହି ଯୋଡ଼ି, ଫଟୋ ଭାଇରାଲ

ଅନେକ ଲୋକଙ୍କୁ କିଛି ଭିନ୍ନ କରି ଦେଖାଇବାର ନିଶା ଘାରିଥାଏ। ଏଥିପାଇଁ ସେମାନେ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି। ଏଇ ଯେମିତି ଜର୍ମାନୀର ଏକ ଯୋଡ଼ି। ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ ସେମାନେ ତାର ସାହାଯ୍ୟରେ ଆକାଶରେ ଝୁଲି ବିବାହ କରିଛନ୍ତି। ବିବାହ ସମୟର ସମସ୍ତ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


କନ୍ୟା ଜଣଙ୍କ ହେଲେ ଏନା ଟ୍ରେବର। ଯିଏକି ପେସାରେ ଜଣେ ‘ହାଇ ଓୟାର’ ଆର୍ଟିଷ୍ଟ ଅର୍ଥାତ୍‌ ତାରରେ ଚାଲନ୍ତି। ଏନା ତାର ଏବଂ ରଶିରେ ଷ୍ଟଣ୍ଟ କରିଥାନ୍ତି। ବରଙ୍କ ନାମ ସ୍ବେନ ଲିୟନ। ଏନାଙ୍କ ପିତା ମଧ୍ୟ ଜଣେ ହାଇ ଓୟାର ଆର୍ଟିଷ୍ଟ। ବିବାହରେ ଆସିଥିବା ସମସ୍ତ ଲୋକେ ଏପରି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Share