ତାମିଲ ଫିଲ୍ମ ‘କ୍ୟାଥୀ’ର ହିନ୍ଦୀ ରିମେକ୍‌: କାର୍ତ୍ତି ଓ୍ବାଲେ ଚରିତ୍ରରେ ନଜର ଆସିବେ ଅଜୟ!

ବଲିଉଡ୍‌ରେ ସାଉଥ୍‌ ସିନେମାର ହିନ୍ଦୀ ରିମେକ୍‌ କିଛି ନୂଆ କଥା ନୁହେଁ। ଏହି ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଥିବା ବେଳେ ଏଥିରେ ବଲିଉଡ୍‌ର ବଡ଼ ବଡ଼ କଳାକାରମାନେ କାମ କରୁଛନ୍ତି। ତେବେ ଗତ କିଛିଦିନ ହେବ ତାମିଲ ସୁପରହିଟ୍‌ ଫିଲ୍ମ ‘କ୍ୟାଥୀ’ର ହିନ୍ଦୀ ରିମେକ୍‌କୁ ନେଇ ଚର୍ଚ୍ଚା ଚାଲିଥିଲା। ଏବେ ତାହା ଫାଇନାଲ୍‌ ହୋଇଯାଇଛି। ଏହାପରେ ଫିଲ୍ମର ପ୍ରମୁଖ ଚରିତ୍ରରେ ହ୍ରିତିକ୍‌ ରୋଶନ ଏବଂ ସଲମାନ୍‌ ଖାନ୍‌ଙ୍କ ନାମ ଶୁଣିବାକୁ ମିଳିଲା। ମାତ୍ର ଏକ ରିପୋର୍ଟ ଅନୁସାରେ ଫିଲ୍ମର ପ୍ରମୁଖ ତଥା କାର୍ତ୍ତି ଓ୍ବାଲେ ଚରିତ୍ରରେ ଅଜୟ ଦେବ୍‌ଗନ କାମ କରିବେ ବୋଲି ଜଣାପଡ଼ିଛି। ଏଥିପାଇଁ ଅଜୟ ଉକ୍ତ ମୂଳ ସିନେମାକୁ ଦେଖି ସାରିଛନ୍ତି। ଏହି ଫିଲ୍ମକୁ ନେଇ ସେ ବହୁତ ଉତ୍ସାହିତ ଥିବା ମଧ୍ୟ କୁହାଯାଉଛି। ମାତ୍ର ଏ ନେଇ ଅଫିସିଆଲି କିଛି ଘୋଷଣା ହୋଇନାହିଁ।

Share