Categories: କନ୍ଧମାଳ

ତାମିଲନାଡୁ, କେରଳରୁ ଫେରିଲେ ୧୩୬

ଶଙ୍କରାଖୋଲ,୪ା୬(ଡି.ଏନ୍‌.ଏ.)- ତାମିଲନାଡୁ, କେରଳରୁ ୧୩୬ ପ୍ରବାସୀ ଓଡ଼ିଆ ଗୁରୁବାର କନ୍ଧମାଳ ଫେରିଛନ୍ତି। ବ୍ରହ୍ମପୁରରେ ଟ୍ରେନରୁ ଓହ୍ଲାଇ ବସ୍‌ ଯୋଗେ ଜିଲାକୁ ଆସିଛନ୍ତି। ଏମାନେ ଦାରିଙ୍ଗବାଡି, ଟିକାବାଲି, ଜି.ଉଦୟଗିରି, ରାଇକିଆ, ଚକାପାଦ ଆଦି ଅଞ୍ଚଳର ବୋଲି ଜଣାପଡିଛି। ଚକାପାଦ ବ୍ଲକ ଶଙ୍କରାଖୋଲ ହାଇସ୍କୁଲ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ୫୧ଜଣ, ଶଙ୍କରାଖୋଲ କଲେଜ ସଙ୍ଗରୋଧରେ ୭୬ ଜଣ ଓ ୯ଜଣ ମହିଳାଙ୍କୁ ଆରାବାକା ପଞ୍ଚାୟତ କାବାଲାଗଁା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି। ବ୍ରାହ୍ମଣପାଦ ଡାକ୍ତରୀ ଟିମ୍‌ ପହଞ୍ଚତ୍ ସମସ୍ତ ପ୍ରବାସୀଙ୍କ ଥର୍ମାଲ ସ୍କ୍ରିନିଂ କରିଥିଲେ। ନୋଡାଲ ଅଫିସର ବୈରାଗୀ ଚରଣ ପ୍ରଧାନ ଓ କାମାକ୍ଷୀ ମହାପାତ୍ର କେନ୍ଦ୍ର ପରିଚାଳନା କରୁଥିବାବେଳେ ସରପଞ୍ଚ ଚିତ୍ର କହଁର, ସହକାରୀ ଯନ୍ତ୍ରୀ ପଞ୍ଚୁ ବେହେରା, ବିଡିଓ ଅନିଲ କୁମାର ପଟ୍ଟନାୟକ ତଦାରଖ କରୁଛନ୍ତି।