ତାମିଲନାଡୁରୁ ଦେବେନ୍ଦ୍ରଙ୍କ ମୃତଦେହକୁ ଓଡ଼ିଶା ଆଣିବାରେ ସହାୟତାର ହାତ ବଢ଼ାଇଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର,୯।୩(ବ୍ୟୁରୋ): ସୁବର୍ଣ୍ଣପରୁ ଜିଲା ଅନ୍ତର୍ଗତ ଦଳବଦା ଗ୍ରାମର ଦେବେନ୍ଦ୍ର ଭୁକ୍ତଙ୍କର ତାମିଲନାଡୁସ୍ଥିତ ମାଲଗୁଡିଠାରେ ଶନିବାର ମଧ୍ୟାହ୍ନରେ ହୃଦ୍‌ଘାତରେ ମୃତ୍ୟୁ ଘଟିଥିଲା।
ଏହି ଘଟଣା ବିଷୟରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓଡ଼ିଶା-ମୋ ପରିବାର ଆବାହକ ଅରୂପ ପଟ୍ଟନାୟକଙ୍କୁ ଜଣାଇଥିଲେ। ପରେ ଏ ବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟକୁ ଜଣାଯାଇଥିଲା। ମୃତକ ତାମିଲନାଡ଼ୁରେ କାର୍ଯ୍ୟକରୁଥିବା କମ୍ପାନୀ ମାଲିକଙ୍କ ସହ ଓଡ଼ିଶା ମୋ ପରିବାର ଆଲୋଚନା କରିଥିଲା। ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ ପାଇଁ ଦାବି ଜଣାଇଥିଲା। ଶେଷରେ କମ୍ପାନୀ କର୍ତ୍ତୃପକ୍ଷ ଓ ଓଡ଼ିଶା ମୋ ପରିବାର ସହାୟତାରେ ତାଙ୍କ ମୃତଦେହକୁ ଓଡ଼ିଶା ଅଣାଯାଇଥିଲା। ପରେ ବ୍ଲକ ପ୍ରଶାସନ ପକ୍ଷରୁ ତାଙ୍କୁ ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା। ଏ ନେଇ ମୃତକଙ୍କ ପରିବାର ଲୋକେ ଓଡ଼ିଶା ମୋ ପରିବାର ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।