ତାମଡା ପକ୍ଷରୁ ଜିଲାପାଳଙ୍କୁ ଦିଆଗଲା ରିପୋର୍ଟ

ଅନୁଗୋଳ ସହର, ୪।୨

ଅନୁଗୋଳ ସହର ହୁଲୁରିସିଂହାଠାରେ ନିର୍ମାଣ ହେଉଥିବା ଏକ ଆପାର୍ଟମେଣ୍ଟକୁ ନେଇ ଅଭିଯୋଗ ଆସିବା ପରେ ତାଳଚେର-ଅନୁଗୋଳ-ମେରାମଣ୍ଡଳି ଉନ୍ନୟନ କର୍ତ୍ତୃପକ୍ଷ (ତାମଡା)ଙ୍କ ପକ୍ଷରୁ ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ଗତ ଜାନୁୟାରୀ ୧୪ରେ ଉକ୍ତ ଅଭିଯୋଗର ତଦନ୍ତ କରି ୩ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ଜିଲାପାଳଙ୍କ ପକ୍ଷରୁ ଚିଠି କରାଯାଇଥିଲା। କିନ୍ତୁ ତାମଡା ପକ୍ଷରୁ ୨୦ ଦିନ ପରେ ସୋମବାର ରିପୋର୍ଟ ଦିଆଯାଇଥିବାରୁ ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଉକ୍ତ ରିପୋର୍ଟରେ ତାମଡା ପକ୍ଷରୁ ଦର୍ଶାଯାଇଛି ଯେ, ଆପାର୍ଟମେଣ୍ଟରେ କାର୍ଯ୍ୟ କରିବା ପାଇଁ ଅନୁମତି ୨୦୧୫ ଜୁନ ୧ରୁ ଶେଷ ହୋଇଯାଇଛି। ଉକ୍ତ ଘରୋଇ ସଂସ୍ଥା କର୍ତ୍ତୃପକ୍ଷ ଆପାର୍ଟମେଣ୍ଟର ବି ଓ ସି ବ୍ଲକ କାର୍ଯ୍ୟ ସାରି ଲୋକମାନଙ୍କୁ ରହିବା ପାଇଁ ଦେଇଥିବାବେଳେ ଏହି ବ୍ଲକ କାର୍ଯ୍ୟ କରି ନ ଥିଲେ। ନୂତନ ନିର୍ମାଣ ପାଇଁ କୌଣସି ଅନୁମତି ମଧ୍ୟ ନେଇ ନ ଥିଲେ। ଫଳରେ ଅର୍ଡର ଅଣ୍ଡର ସବ୍‌ସେକ୍ସନ୍‌ (ଆଇ) ଅଫ୍‌ ସେକ୍ସନ ୯୨ ଅଫ୍‌ ଦି ଓଡ଼ିଶା ଡେଭଲପମେଣ୍ଟ ଅଥରଟି ଆକ୍ଟ ୧୯୯୨ ଅନୁଯାୟୀ କାର୍ଯ୍ୟ ବନ୍ଦ କରିବାକୁ ଡିସେମ୍ବର ୨୭ରେ ନୋଟିସ୍‌ ଦିଆଯାଇଥିଲା। ସେହିପରି ଅଣ୍ଡର ସବ୍‌ସେକ୍ସନ (ଆଇ) ଅଫ୍‌ ସେକ୍ସନ ୯୧ ଅଫ୍‌ ଦି ଓଡ଼ିଶା ଡେଭେଲପମେଣ୍ଟ ଅଥରଟି ଆକ୍ଟ ୧୯୮୨ ଅନୁଯାୟୀ କାରଣ ଦର୍ଶାଅ ନୋଟିସ୍‌ ଦିଆଯାଇଥିଲା। କିନ୍ତୁ ଉକ୍ତ ଦୁଇଟି ନୋଟିସ୍‌କୁ ଆପାର୍ଟମେଣ୍ଟର ଡାଇରେକ୍ଟର ଖାତିର କରି ନ ଥିବାରୁ ଏ ନେଇ ତାମଡା ପକ୍ଷରୁ ଅଣ୍ଡର ସବ୍‌ସେକ୍ସନ (ଆଇ) ଅଫ୍‌ ସେକ୍ସନ ୯୨(୨) ଅଫ୍‌ ଦି ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରଟି ଆକ୍ଟ ୧୯୮୨ ଅନୁଯାୟୀ ଅନୁଗୋଳ ଥାନାରେ ଏକ ମାମଲା ରୁଜୁ କରାଯିବା ପାଇଁ ଆବେଦନ କରାଯିବ। ଆପାର୍ଟମେଣ୍ଟ ପକ୍ଷରୁ କୌଣସି ପ୍ଲାନ୍‌ ଏଷ୍ଟିମେଣ୍ଟ ତାମଡାରେ ଦିଆଯାଇ ନ ଥିବାବେଳେ ଅଭିଯୋଗ ପରେ ଜାନୁୟାରୀ ୨୨ରେ ଆପାର୍ଟମେଣ୍ଟର ଡାଇରେକ୍ଟର ପ୍ଲାନ ଆପ୍ରୁଭାଲ ପାଇଁ ୩୯,୭୭୦ ଟଙ୍କା ଚେକ୍‌ ମାଧ୍ୟମରେ ଜମା କରିଛନ୍ତି। ଏ ସମ୍ପର୍କରେ ତାମଡା ପ୍ଲାନିଂ ବିଭାଗର ନାରାୟଣ ସାହୁ କହିଛନ୍ତି, ଜାନୁୟାରୀ ୨୨ରେ ଆପ୍ରୁଭାଲ ପାଇଁ ଆପାର୍ଟମେଣ୍ଟ ଡାଇରେକ୍ଟଙ୍କ ପକ୍ଷରୁ ଟଙ୍କା ଜମା କରାଯାଇଛି। ବର୍ତ୍ତମାନ ଅନୁମତି ପାଇଁ ଡକ୍ୟୁମେଣ୍ଟ ପ୍ରସ୍ତୁତ ଚାଲିଛି। ଜିଲାପାଳଙ୍କ ନିକଟରେ ରିପୋର୍ଟ ପ୍ରଦାନ କରିବା ସହିତ ଅନୁଗୋଳ ଥାନାରେ ଅଭିଯୋଗ କରାଯିବ। ତାମଡାର ସେକ୍ରେଟାରି ତଥା ଆସିଷ୍ଟାଣ୍ଟ କଲେକ୍ଟର ବୈତୁରା ଦୀପ କହିଛନ୍ତି, ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏ ନେଇ ଅଧିକ ତଥ୍ୟ ଜିଲାପାଳ ପ୍ରଦାନ କରିପାରିବେ। ଜିଲା ସହକାରୀ ଅଗ୍ନିଶମ ବିଭାଗ ଅଧିକାରୀ ସର୍ବେଶ୍ୱର ବରାଳ କହିଛନ୍ତି, ଆପାର୍ଟମେଣ୍ଟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ଆବେଦନ ଅଗ୍ନିଶମ ବିଭାଗ ନିକଟରେ କରାଯାଇ ନାହିଁ କି କୌଣସି ଅନୁମତିପତ୍ର ପ୍ରଦାନ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନର୍ମାଲ ଡେଲିଭରୀ ଚାହୁଁଥିଲେ ଆପଣାନ୍ତୁ…. ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ ଟିପ୍ସ

ଭୁବନେଶ୍ୱର,୯।୧୨: ଆଜିକାଲି ସିଜେରିଆନ ଡେଲିଭରି ସଂଖ୍ୟା ବଢିବାରେ ଲାଗିଛି। ଯଦି ନର୍ମାଲ ଡେଲିଭରୀ ଚାହୁଁଛନ୍ତି ତେବେ ସରକାରୀ ହସ୍ପିଟାଲ୍‌କୁ ଯାଆନ୍ତୁ ବୋଲି ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ...

ବଢ଼ିବ ବିଧାୟକ, ମନ୍ତ୍ରୀଙ୍କ ଦରମା: ଜାଣନ୍ତୁ କେତେ…

ଭୁବନେଶ୍ୱର,୮।୧୨: ବଢ଼ିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା। ପୂର୍ବତନ ବିଧାୟକଙ୍କର ପେନସନ ମଧ୍ୟ ବୃଦ୍ଧି ହେବ। ବିଧାୟକ, ମନ୍ତ୍ରୀ, ଉପବାଚସ୍ପତି ଓ ପୂର୍ବ ବିଧାୟକଙ୍କ ଦରମା,...

ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁଙ୍କ ଶରଣ ପଶିଲେ ଟିମ୍‌ ଇଣ୍ଡିଆର ଖେଳାଳି

ଭୁବନେଶ୍ୱର,୯।୧୨: ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁ ଶୀ ଜଗନ୍ନାଥଙ୍କ ଶରଣ ପଶିଛନ୍ତି ଟିମ ଇଣ୍ଡିଆର ଖେଳାଳି। ପୁରୀ ଅଭିମୁଖେ ଟିମ ଇଣ୍ଡିଆର ୪ ଖେଳାଳି ବାହାରିଛନ୍ତି।...

ପିତୃତ୍ୱ ପାଇଁ ଜନ୍ମ ସାର୍ଟିଫିକେଟ ନୁହେଁ ବାଧକ: ଶିଶୁପୁତ୍ର ହସ୍ତାନ୍ତର ପାଇଁ ଅଜାଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୯ା୧୨(କାର୍ତ୍ତିକ ସାହୁ): ପିତୃତ୍ୱର ପ୍ରମାଣ ପାଇଁ ଜନ୍ମ ସାର୍ଟିଫିକେଟ ବାଧକ ନୁହେଁ। ଶିଶୁପୁତ୍ରର ଜନ୍ମ ସାର୍ଟିଫିକେଟ ଦାଖଲ କରି ନ ପାରିବା କାରଣରୁ ଜନ୍ମିତ ପିତାଙ୍କୁ...

ଆନ୍ଧ୍ରର ଚକ୍ରାନ୍ତ: ଓଡ଼ିଶା ଯୋଜନାକୁ ସୀମାନ୍ତବର୍ତ୍ତୀ ୭ ଗାଁର ବର୍ଜନ ନିଷ୍ପତ୍ତି

ପଟ୍ଟାଙ୍ଗି,୯ା୧୨(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତ ଫାଟୁସିନେରୀ ଗ୍ରାମ ନିକଟ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ୭ ଗ୍ରାମର ମୁଖିଆ...

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri