ତାତିକୁ ନେଇ ସରକାରଙ୍କ ଅଜବ ନୀତି: ବିଦ୍ୟାଳୟ ଛୁଟି, ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲା

ଚନ୍ଦାହାଣ୍ଡି,୩୦।୪(ଡି.ଏନ.ଏ): ବର୍ଦ୍ଧିତ ତାପମାତ୍ରା ଯୋଗୁ ରାଜ୍ୟରେ ଏପ୍ରିଲ ୧୮ରୁ ସମସ୍ତ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ପାଇଁ ସରକାର ଛୁଟି ଘୋଷଣା କରିଛନ୍ତି। ତେବେ ରାଜ୍ୟରେ ଅଙ୍ଗନଓ୍ବାଡି କେନ୍ଦ୍ରରେ ୩ ରୁ ୫ ବର୍ଷ ପର୍ଯ୍ୟନ୍ତ ପିଲା ପାଠ ପଢୁଥିବା ବେଳେ ଏହି କୋମଳମତି ଶିଶୁମାନଙ୍କ ପାଇଁ କୌଣସି ଛୁଟି ଘୋଷଣା କରାଯାଇ ନାହିଁ। ଏହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକରେ ୪୪ ଡିଗ୍ରୀ ଉପରେ ତାପମାତ୍ରା ପହଞ୍ଚିଛି। ଫଳରେ ସକାଳ ୯ଟାରୁ ରାସ୍ତାଘାଟ ଜନଶୂନ୍ୟ ହୋଇପଡୁଛି। କିନ୍ତୁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକ ସକାଳ ୬ଟାରୁ ପୂର୍ବାହ୍ନ ୧୦.୩୦ ପର୍ଯ୍ୟନ୍ତ ଖୋଲା ରହୁଛି। କୁନି କୁନି ପିଲାମାନେ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଆସି ଖରାରେ ଘରକୁ ଫେରୁଛନ୍ତି। ରାଜ୍ୟ ସରକାର ଅଙ୍ଗନଓ୍ବାଡି କର୍ମୀଙ୍କୁ ଗ୍ରୀଷ୍ମ ଛୁଟି ୧୫ ଦିନ ଘୋଷଣା କରିଥିବା ବେଳେ ତାହା ଘୋଷଣାରେ ରହିଯାଇଛି। ଚନ୍ଦାହାଣ୍ଡି ଅଙ୍ଗନଓ୍ବାଡି ସଂଘ ପକ୍ଷରୁ ଛୁଟି ଘୋଷଣା ପାଇଁ ବାରମ୍ବାର ଦାବି କରାଯାଉଥିବା ଜଣାପଡିଛି। ଏ ସମ୍ପର୍କରେ ଚନ୍ଦାହାଣ୍ଡି ଶିଶୁ ବିକାଶ ଅଧିକାରୀ ମୁର୍ମୟୀ ଭୋଇଙ୍କୁ ପଚାରିବାରୁ ସେ କହିଥିଲେ ଯେ, ସରକାର ଅଙ୍ଗନଓ୍ବାଡି କର୍ମୀଙ୍କ ବିଭିନ୍ନ ଦାବିଗୁଡିକ ପୂରଣ କଲେ କିନ୍ତୁ ଗ୍ରୀଷ୍ମ ଛୁଟି ଘୋଷଣା କରି ନାହାନ୍ତି। ସେଥିପାଇଁ ଆମେ କିଛି କରିପାରିବୁ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ତଣ୍ଟିଚିପି ମାରିଦେଇଥିଲେ ସ୍ବାମୀ: ମିଳିଲା ଏମିତି ଦଣ୍ଡ

ଗୁଣପୁର,୩୦।୩(ସୁଜାତା ପାଢ଼ୀ): ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ହୋଇଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଗାଦିଆଖଳା ପଞ୍ଚାୟତ ବାୟାଗୁଡ଼ା ଗ୍ରାମର ସୁରେନ୍ଦ୍ର ଶବର…

ସରିଲା ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ: ବରିଷ୍ଠ ଆଇନଜୀବୀ ବ୍ରଜସୁନ୍ଦର ସଭାପତି, ସମ୍ପାଦକ ହେଲେ…

ରାୟଗଡ଼ା,୨୮।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି । ଏଥିରେ ବରିଷ୍ଠ ଆଇନଜୀବୀ ବ୍ରଜ ସୁନ୍ଦର ନାୟକ ୧୦୬ଖଣ୍ଡ…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

ଫ୍ଲାଏ ଓଭର ବ୍ରିଜ ତଳେ ହୁତୁ ହୁତୁ ହୋଇ ଜଳୁଛି ନିଆଁ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଲାଇଫ ଲାଇନ ବୋଲାଉଥିବା ତଥା ୩୨୬ ନଂ ଜାତୀୟ ରାଜପଥରେ ରହିଥିବା ଏକ ମାତ୍ର ଫ୍ଲାଏ ଓଭର ବ୍ରିଜ ତଳେ…

ଅକାଳରେ ଚାଲିଗଲା ସିଆର୍‌ପିଏଫ୍‌ ଯବାନଙ୍କ ଜୀବନ: ରାୟଗଡ଼ା ଚତୁର୍ଥ ବାଟାଲିୟନରେ ଶୋକର ଛାୟା

ରାୟଗଡ଼ା, ୧୯।୩ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ମ୍ୟାଲେରିଆର ପ୍ରାଦୁର୍ଭାବ ଜଣେ କର୍ତ୍ତବ୍ୟରତ ସିଆରପିଏଫ (CRPF) ଯବାନଙ୍କ ଜୀବନ ନେଇଛି। ମୃତ ଯବାନ ଜଣକ ହେଉଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri