ତଳି ରୋଇଲେ ଯୁବକ ସଂଘ କର୍ମକର୍ତ୍ତା

ନୂଆପଡ଼ା ଅଫିସ,୧୧ା୮
ସାଧାରଣତଃ ସରକାରୀ ଅନୁଦାନ କିମ୍ବା ପ୍ରୋତ୍ସାହନକୁ ଅପେକ୍ଷା କରିବା ଲୋକଙ୍କ ଅଭ୍ୟାସରେ ପରିଣତ ହୋଇଛି । ହେଲେ ନିଜସ୍ବ ଉଦ୍ୟମ ଏବଂ ଶ୍ରମଦାନ କରି ପାଣ୍ଠି ସଂଗ୍ରହ କରିବା ଓ ସେହି ଅର୍ଥରେ ଗରିବ ନିଃସହାୟଙ୍କୁ ସହାୟତା ପ୍ରଦାନ କରିବାର ନୂତନ କୌଶଳ ଶିଖାଇଛି ନେହେରୁ ଯୁବ କେନ୍ଦ୍ର (ଏନୱାଇକେ) । ଏନୱାଇକେ ଏବଂ ଯୁବ କ୍ଲବର ପରାମର୍ଶ କ୍ରମେ ଯୁବଗୋଷ୍ଠୀ ଶ୍ରମଦାନ କରି ସେଥିରେ ଉପାର୍ଜିତ ଅର୍ଥରେ ଗରିବ ନିଃସହାୟଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ନୂଆପଡ଼ା ଜିଲା କୋମନା ବ୍ଲକ ଗୋଇଜୋର ଗାଁର ଯୁବକମାନେ କେତେଜଣ ଚାଷୀଙ୍କ ଜମିରେ ତଳି ରୋଇ ପାଣ୍ଠି ସଂଗ୍ରହ କରିବା ଜିଲାରେ ଉଦାହରଣ ସୃଷ୍ଟି କରିଛି ା
ଏନୱାଇକେର ଜିଲା ସଂଯୋଜକଙ୍କ ପରାମର୍ଶ କ୍ରମେ କୋମନା ବ୍ଲକ ଅଗ୍ରେନ ଗ୍ରାମପଞ୍ଚାୟତର ଗୋଇଜୋର ଗାଁରେ ଶନିବାର ସକାଳେ ମା’ ବଞ୍ଜାରୀ ଯୁବକ ସଂଘର କର୍ମକର୍ତ୍ତାମାନେ ଏକାଠି ହୋଇଥିଲେ । ସଂଘ ନେତୃତ୍ୱରେ ଗାଁର ବହୁ ଯୁବକ ଆଗକୁ ଆସି ୨ ଚାଷୀଙ୍କ ତଳିରୁଆ କାମ କରିଥିଲେ । ସକାଳୁ ସନ୍ଧ୍ୟା ଯାଏ ସେମାନଙ୍କୁ କାମ କରିବାକୁ ପଡିଥିଲା ା ଶେଷରେ ସେମାନଙ୍କୁ ପାରିଶ୍ରମିକ ମିଳିଥିଲା ା ସେହି ଅର୍ଥକୁ ସେମାନେ ଗାଁର ଗରିବ ମହିଳା ପୁରୁଷ, ଛାତ୍ରୀଛାତ୍ରଙ୍କୁ ସହାୟତା ପ୍ରଦାନ କରିଥିଲେ। ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିଲା । ମା’ ବଞ୍ଜାରୀ ଯୁବକ ସଂଘର ଏପରି କାମକୁ ଉକ୍ତ ବ୍ଲକର ରୋୟାଲ କ୍ଲବ ଗନିଆରୀ, କଲାର ଯୁବକ ସଂଘ, ଅଭ୍ୟୁଦୟ ଯୁବକ ସଂଘ ଭେଲା, ସମାଜ ଦର୍ପଣ କ୍ଲବ ମାନିଗୁଡାର ଯୁବକମାନେ ଅନୁସରଣ କରିଥିଲେ । ଉକ୍ତ ଗ୍ରାମଗୁଡିକରେ ଚାଷୀମାନଙ୍କ କ୍ଷେତରେ ଶ୍ରମଦାନ କରି ତାର ପ୍ରତିବଦଳରେ ପାଣ୍ଠି ସଂଗ୍ରହ କରିବା ପାଇଁ ପଦକ୍ଷେପ ନେଇଛନ୍ତିି । ଗୋଇଜୋର ଗାଁରେ ଉକ୍ତ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ଜୟତରାମ ନିଆଲ, ନବୀନ ବାଗ, ଜାତୀୟ ସ୍ବେଚ୍ଛାସେବୀ (ଏନୱାଇକେ)ସଂଗ୍ରାମ ସିଂ, ଟେକରାମ ପାଣ୍ଡେ, ଟିକେଶ୍ୱର ହଂସ, ସଂଯୁକ୍ତା ଶବର ପ୍ରମୁଖ । ଏହି କାର୍ଯ୍ୟକ୍ରମକୁ ଜିଲାବ୍ୟାପୀ କରାଯିବାକୁ ବିଭିନ୍ନ ଯୁବ ଅନୁଷ୍ଠାନଗୁଡିକୁ ପରାମର୍ଶ ଦିଆଯାଇଥିବା ଜିଲା ସଂଯୋଜକ ଆଶୀଷ କୁମାର ଠାକୁର କହିଛନ୍ତି । ଏହାଦ୍ୱାରା ପାଣ୍ଠି ସଂଗ୍ରହ କରି ଗରିବଙ୍କୁ ସହାୟତା କରିବା ସହ ସମ୍ପୃକ୍ତ ଚାଷୀଙ୍କ କାମ କମ ସମୟ ମଧ୍ୟରେ ଶେଷ ହେଉଥିବାରୁ ଚାଷୀମାନେ ମଧ୍ୟ ଖୁସି ପ୍ରକଟ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ବ୍ୟବସାୟୀଙ୍କ ଘରୁ ଚୋରି କରି ଧରାପଡ଼ିଲେ

ଖଡ଼ିଆଳ,୧୮।୨: ନୂଆପଡ଼ା ଜିଲା ୧୧ ନମ୍ବର ୱାର୍ଡ ପୁଟୁପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ଧରଣର ଚୋରି ହୋଇଥିଲା। ପୋଲିସ ବୁଧବାର ଉକ୍ତ ଘଟଣାର ପର୍ଦ୍ଦାଫାଶ କରିଛି।…

ହାତୀ ଭୟ: ରାତିରେ ଗଛ ଉପରେ ବିତୁଛି ଜୀବନ

ନୂଆପଡ଼ା,୧୩ା୨(ମକାରୁ ବେମାଲ): ହାତୀ ଭୟ ଯୋଗୁ ରାତି ହେଲେ ଲୋକେ ଗଛ ଉପରେ ଜୀବନ ବିତାଉଛନ୍ତି। ଏଭଳି ଦୃଶ୍ୟ ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା…

ବିଜୁ ଏକ୍ସପ୍ରେସ୍‌ ୱେ ମରଣଯନ୍ତା: ପ୍ରତିଦିନ ଦୁର୍ଘଟଣା

ନୂଆପଡ଼ା,୧୦ା୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ଲାଇଫ୍‌ଲାଇନ କୁହାଯାଉଥିବା ବିଜୁ ଏକ୍ସପ୍ରେସ୍‌ ଫୋର ୱେ ଏବେ ମରଣଯନ୍ତା ପାଲଟିଛି। ଏଥିଯୋଗୁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟି ନିରୀହ…

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ସମସ୍ୟା ଘେରରେ ସାହାଜଟ ଆଶ୍ରମ ବିଦ୍ୟାଳୟ: ବାରଣ୍ଡାରେ ବସି ପାଠ ପଢୁଛନ୍ତି ପିଲା

ନୂଆପଡ଼ା,୬ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଜଟଗଡ ପଞ୍ଚାୟତର ସାହାଜଟ ଆଶ୍ରମ ବିଦ୍ୟାଳୟ ସମସ୍ୟାଘେରରେ ଗତିକରୁଛି। ୧୯୫୫ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ…

ଘର ଭାଙ୍ଗି ଧାନ, ଚାଉଳ ଖାଇଲେ ହାତୀପଲ

ନୂଆପଡ଼ା,୫ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଏକ ଗଁାର ୧୦ରୁ ଊର୍ଦ୍ଧ୍ୱ ଘରକୁ ହାତୀ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ…

୯୮ ଥର ରକ୍ତଦାନକରି ଚର୍ଚ୍ଚାରେ କିଶୋର: ଅନେକ ଲୋକଙ୍କ ଜୀବନ…

ନୂଆପଡ଼ା,୩ା୨ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ କୁଲିଆବନ୍ଧା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ କିଶୋର କୁମାର ପରିଡ଼ା ୯୮ ଥର ରକ୍ତଦାନକରି ଚର୍ଚ୍ଚାରେ ଅଛନ୍ତି। ସ୍ବେଚ୍ଛାକୃତ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri