ତଳି ରୋଇଲେ ଯୁବକ ସଂଘ କର୍ମକର୍ତ୍ତା

ନୂଆପଡ଼ା ଅଫିସ,୧୧ା୮
ସାଧାରଣତଃ ସରକାରୀ ଅନୁଦାନ କିମ୍ବା ପ୍ରୋତ୍ସାହନକୁ ଅପେକ୍ଷା କରିବା ଲୋକଙ୍କ ଅଭ୍ୟାସରେ ପରିଣତ ହୋଇଛି । ହେଲେ ନିଜସ୍ବ ଉଦ୍ୟମ ଏବଂ ଶ୍ରମଦାନ କରି ପାଣ୍ଠି ସଂଗ୍ରହ କରିବା ଓ ସେହି ଅର୍ଥରେ ଗରିବ ନିଃସହାୟଙ୍କୁ ସହାୟତା ପ୍ରଦାନ କରିବାର ନୂତନ କୌଶଳ ଶିଖାଇଛି ନେହେରୁ ଯୁବ କେନ୍ଦ୍ର (ଏନୱାଇକେ) । ଏନୱାଇକେ ଏବଂ ଯୁବ କ୍ଲବର ପରାମର୍ଶ କ୍ରମେ ଯୁବଗୋଷ୍ଠୀ ଶ୍ରମଦାନ କରି ସେଥିରେ ଉପାର୍ଜିତ ଅର୍ଥରେ ଗରିବ ନିଃସହାୟଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ନୂଆପଡ଼ା ଜିଲା କୋମନା ବ୍ଲକ ଗୋଇଜୋର ଗାଁର ଯୁବକମାନେ କେତେଜଣ ଚାଷୀଙ୍କ ଜମିରେ ତଳି ରୋଇ ପାଣ୍ଠି ସଂଗ୍ରହ କରିବା ଜିଲାରେ ଉଦାହରଣ ସୃଷ୍ଟି କରିଛି ା
ଏନୱାଇକେର ଜିଲା ସଂଯୋଜକଙ୍କ ପରାମର୍ଶ କ୍ରମେ କୋମନା ବ୍ଲକ ଅଗ୍ରେନ ଗ୍ରାମପଞ୍ଚାୟତର ଗୋଇଜୋର ଗାଁରେ ଶନିବାର ସକାଳେ ମା’ ବଞ୍ଜାରୀ ଯୁବକ ସଂଘର କର୍ମକର୍ତ୍ତାମାନେ ଏକାଠି ହୋଇଥିଲେ । ସଂଘ ନେତୃତ୍ୱରେ ଗାଁର ବହୁ ଯୁବକ ଆଗକୁ ଆସି ୨ ଚାଷୀଙ୍କ ତଳିରୁଆ କାମ କରିଥିଲେ । ସକାଳୁ ସନ୍ଧ୍ୟା ଯାଏ ସେମାନଙ୍କୁ କାମ କରିବାକୁ ପଡିଥିଲା ା ଶେଷରେ ସେମାନଙ୍କୁ ପାରିଶ୍ରମିକ ମିଳିଥିଲା ା ସେହି ଅର୍ଥକୁ ସେମାନେ ଗାଁର ଗରିବ ମହିଳା ପୁରୁଷ, ଛାତ୍ରୀଛାତ୍ରଙ୍କୁ ସହାୟତା ପ୍ରଦାନ କରିଥିଲେ। ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିଲା । ମା’ ବଞ୍ଜାରୀ ଯୁବକ ସଂଘର ଏପରି କାମକୁ ଉକ୍ତ ବ୍ଲକର ରୋୟାଲ କ୍ଲବ ଗନିଆରୀ, କଲାର ଯୁବକ ସଂଘ, ଅଭ୍ୟୁଦୟ ଯୁବକ ସଂଘ ଭେଲା, ସମାଜ ଦର୍ପଣ କ୍ଲବ ମାନିଗୁଡାର ଯୁବକମାନେ ଅନୁସରଣ କରିଥିଲେ । ଉକ୍ତ ଗ୍ରାମଗୁଡିକରେ ଚାଷୀମାନଙ୍କ କ୍ଷେତରେ ଶ୍ରମଦାନ କରି ତାର ପ୍ରତିବଦଳରେ ପାଣ୍ଠି ସଂଗ୍ରହ କରିବା ପାଇଁ ପଦକ୍ଷେପ ନେଇଛନ୍ତିି । ଗୋଇଜୋର ଗାଁରେ ଉକ୍ତ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ଜୟତରାମ ନିଆଲ, ନବୀନ ବାଗ, ଜାତୀୟ ସ୍ବେଚ୍ଛାସେବୀ (ଏନୱାଇକେ)ସଂଗ୍ରାମ ସିଂ, ଟେକରାମ ପାଣ୍ଡେ, ଟିକେଶ୍ୱର ହଂସ, ସଂଯୁକ୍ତା ଶବର ପ୍ରମୁଖ । ଏହି କାର୍ଯ୍ୟକ୍ରମକୁ ଜିଲାବ୍ୟାପୀ କରାଯିବାକୁ ବିଭିନ୍ନ ଯୁବ ଅନୁଷ୍ଠାନଗୁଡିକୁ ପରାମର୍ଶ ଦିଆଯାଇଥିବା ଜିଲା ସଂଯୋଜକ ଆଶୀଷ କୁମାର ଠାକୁର କହିଛନ୍ତି । ଏହାଦ୍ୱାରା ପାଣ୍ଠି ସଂଗ୍ରହ କରି ଗରିବଙ୍କୁ ସହାୟତା କରିବା ସହ ସମ୍ପୃକ୍ତ ଚାଷୀଙ୍କ କାମ କମ ସମୟ ମଧ୍ୟରେ ଶେଷ ହେଉଥିବାରୁ ଚାଷୀମାନେ ମଧ୍ୟ ଖୁସି ପ୍ରକଟ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ: ପ୍ରସ୍ତୁତି ଜୋରଦାର…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଗାଁରେ ଶୁକ୍ରବାର ୧୭ତମ ଧନୁଯାତ୍ରା ପାଇଁ ନୂତନ କମିଟି ଗଠନ ସହ ଶୁଭସ୍ତମ୍ଭ...

ବିପୁଳ ଗଞ୍ଜେଇ ଜବତ,  ଜଣଙ୍କ ପରେ ଜଜଙ୍କୁ ମାଡିବସିଲା…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଅବକାରୀ ବିଭାଗ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣ ଗଞ୍ଜେଇ ଜବତ ସହ ୬ ଜଣଙ୍କୁ ଗିରଫ...

ଏହି ଜିଲାରେ ପ୍ରଥମ ପୋଷ୍ୟ ସନ୍ତାନ ଗ୍ରହଣ

ନୂଆପଡ଼ା,୬ା୧୨ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାର ପ୍ରଥମଥର ପାଇଁ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଜିଲା ଶିଶୁ ସୁରକ୍ଷା ବିଭାଗ ଓ ସ୍ବତନ୍ତ୍ର...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇଲେ ସମସ୍ୟା, ସମାଧାନ ପାଇଁ

ନୂଆପଡ଼ା,୫ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ଷ୍ଟୋନ କ୍ରଶର ଓ ପଥର କ୍ୱାରୀ ବ୍ୟବସାୟୀଙ୍କ ବିଭିନ୍ନ ସମସ୍ୟା ଉପରେ ଭାଜପା ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ଯଦୁମଣି...

୩ମାସ ଭିତରେ କାମ ନ ହେଲେ ଆନ୍ଦୋଳନ: ଏଭଳି ଚେତାବନୀ ଦେଲେ ଭକ୍ତ

ନୂଆପଡ଼ା,୪ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ୍‌ ଅନ୍ତର୍ଗତ ଘାଟିପଡ଼ାସ୍ଥିତ ସାଇ କଲେଜ ମଣ୍ଡପଠାରେ ମଙ୍ଗଳବାର ନୂଆପଡ଼ା ଉପନିର୍ବାଚନକୁ ନେଇ କଂଗ୍ରେସର ସମୀକ୍ଷା ବୈଠକ...

ଭୟଙ୍କର ଆତଙ୍କ: ଗୁହାଳେ ପଶି ୧୫ ଛେଳିମେଣ୍ଢାଙ୍କୁ ମାରିଲା କଲରାପତରିଆ

ନୂଆପଡ଼ା/ବୋଡେନ,୩ା୧୨ (ମକାରୁ ବେମାଲ/ଟିକେଶ୍ୱର ନାଗ): ନୂଆପଡ଼ା ଜିଲା ବୋଡେନ ବ୍ଲକ କର୍ଲାକୋଟ ପଞ୍ଚାୟତ କିରେଝୋଲା ଗାଁ ସର୍ଗିମୁଣ୍ଡାରେ ସୋମବାର ରାତିରେ ଏକ କଲରାପତରିଆ ବାଘ ଜଣେ...

ଶୋଚନୀୟ ହୋଇପଡିଛି ରାସ୍ତା: ମରାମତି ପାଇଁ ଦାବି

ନୂଆପଡ଼ା,୨ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ସିଆଲଲଟି ପଞ୍ଚାୟତ କରଙ୍ଗାଭଟାଠାରୁ ଦିଆମୁଣ୍ଡା ଛକ ବିଜୁ ଏକ୍ସପ୍ରେସ ୱେକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ...

ବାଲ୍ୟବିବାହ ଅଟକାଇଲା ପ୍ରଶାସନ

ନୂଆପଡ଼ା,୩୦ା୧୧ (ମକାରୁ ବେମାଲ): ନୂଆପଡ଼ା ଥାନା ଅନ୍ତର୍ଗତ ସିରତୋଲ ଗାଁରେ ଜଣେ ବ୍ୟକ୍ତିଙ୍କ ଘରେ ଚାଲିଥିବା ବାଲ୍ୟବିବାହକୁ ପ୍ରଶାସନ ଅଟକାଇଛି। ଜିଲା ସମାଜ କଲ୍ୟାଣ ଅଧିକାରୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri