ତଳିପାଦ ମୋଡ଼ି ହୋଇଯାଇଥିଲେ କରନ୍ତୁ ଏପରି, ମିଳିବ ଆରାମ

ତଳିପାଦ ମୋଡ଼ି ହୋଇଗଲେ ଏହାକୁ ହାଲୁକା ମନେ କରନ୍ତୁ ନାହିଁ। କାରଣ ଭବିଷ୍ୟତରେ ଏହା ଅନେକ ସମସ୍ୟା ସୃଷ୍ଟି କରିବ। ଦୀର୍ଘଦିନ ଧରି ଦରଜ ରହିବା ସହିତ ଚଲାବୁଲା କରିବାରେ ଅସୁବିଧା ଭୋଗ କରିବେ। ଏକ ପରୀକ୍ଷାରୁ ଜଣାପଡ଼ିଛି, ତଳିପାଦ ମୋଡ଼ି ହୋଇଗଲେ ସଙ୍ଗେ ସଙ୍ଗେ ଏକ ବଲ୍‌ କିମ୍ବା ଚେୟାରର ବ୍ୟବହାର କଲେ ଯନ୍ତ୍ରଣାରୁ ମୁକ୍ତି ପାଇବେ।

ଚେୟାର : ସିଧା ହୋଇ ଚେୟାର ଉପରେ ବସିପଡ଼ନ୍ତୁ। ଯେଉଁ ପାଦ ମୋଡ଼ି ହୋଇଯାଇଛି ତା’ର ଗୋଇଠିକୁ ଉପର ତଳ କରିବା ସହ ହାତରେ ଧୀରେ ଧୀରେ ୫ ସେକେଣ୍ଡ ପାଇଁ ମସାଜ କରନ୍ତୁ। ଏଭଳି ୧୦ ଥର କରନ୍ତୁ। ଏହା ଦ୍ୱାରା ହାଡ଼ ମଜଭୁତ ହେବା ସହ ଆରାମ ଲାଗିବ।

ବଲ ରୋଲ୍‌ : ଚେୟାରରେ ବସି ତଳେ ଏକ ଟେନିସ୍‌ ବଲ ରଖନ୍ତୁ। ଏହା ଉପରେ ମୋଡ଼ି ହୋଇଯାଇଥିବା ପାଦ ଥୋଇ ଧୀରେ ଧୀରେ ଆଗପଛ କରି ଗଡ଼ାନ୍ତୁ। ଏମିତି ୧୫ ଥର କରନ୍ତୁ। ଉପଶମ ମିଳିବ।