ତଳିଆ ଅଞ୍ଚଳରେ ପହଞ୍ଚୁନି କେନାଲ ପାଣି : ବିଲ ମୁଣ୍ଡରେ ବସି ଫେରୁଛନ୍ତି ଚାଷୀ

କୁଜଙ୍ଗ,୧୦ା୮(ସ୍ବ.ପ୍ର.): ଶ୍ରାବଣ ମାସ ସରିବାକୁ ବସିଲାଣି, ମାତ୍ର ଚାଷୀଙ୍କ ଜଳସେଚନ ଚିନ୍ତା ଦୂର ହେଉନାହିଁ। ଆବଶ୍ୟକ ଅନୁଯାୟୀ ବର୍ଷା ହୋଇ ନ ଥିବାରୁ ଚାଷକାର୍ଯ୍ୟ ଠିକ୍‌ ଭାବେ ହୋଇପାରୁନି। ସେପଟେ କେନାଲ ତଳମୁଣ୍ଡକୁ ପାଣି ଆସୁନାହିଁ। ଚାଷୀ ଜଳ ନ ପାଇ ମଧ୍ୟ ଜଳକର ଦେଉଛନ୍ତି। ଏଭଳି ସମସ୍ୟା ଦେଖାଦେଇଛି ଜଗତ୍‌ସିଂହପୁର ଜିଲାର କୁଜଙ୍ଗ ଅଞ୍ଚଳରେ। ଏହି ବ୍ଲକର ପ୍ରାୟ ଅଧିକାଂଶ ଅଞ୍ଚଳରେ ସାରଦ ଧାନ ଚାଷ ଆରମ୍ଭ ହୋଇନି କହିଲେ ଚଳେ। ପ୍ରତିବର୍ଷ ଅଗଷ୍ଟ ପ୍ରଥମ ସପ୍ତାହକୁ ଚାଷ ଅର୍ଥାତ ଧାନ ରୁଆ ବେଉଷଣ ୮୦ ପ୍ରତିଶତ ସରିଥାଏ। କିନ୍ତୁ ଚଳିତ ବର୍ଷ ୧୦ ପ୍ରତିଶତ ଜମିରେ ମଧ୍ୟ ଧାନ ଚାଷ ଆରମ୍ଭ ହୋଇ ନ ଥିବା କହିଛନ୍ତି ପାଟପୁରର ପୂର୍ବତନ ସରପଞ୍ଚ ରସାନନ୍ଦ ଜେନା। କୁଜଙ୍ଗ ବ୍ଲକ୍‌ରେ ମୋଟ ୧୩୫୭୦ ହେକ୍ଟର ଚାଷଜମିରୁ ୯୫୮୪ ହେକ୍ଟର ଜମିକୁ ଜଳସେଚନ ସୁବିଧା ରହିଥିବାରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବାକଥା ନୁହେଁ। ମାତ୍ର କେନାଲରେ ତଳମୁଣ୍ଡକୁ ପାଣି ଆସୁ ନ ଥିବାରୁ ଚାଷୀ ବିଲ ମୁଣ୍ଡରେ ବସି ବସି ଘରକୁ ଫେରୁଛନ୍ତି ବୋଲି କହିଛନ୍ତି ସାମାଜିକ କର୍ମୀ ପ୍ରହଲ୍ଲାଦ ସ୍ବାଇଁ, କିଶୋର ଚନ୍ଦ୍ର ତ୍ରିପାଠୀ ପ୍ରମୁଖ। ବ୍ଲକ୍‌ରେ ୭୦.୬୨ ପ୍ରତିଶତରୁ ଊର୍ଦ୍ଧ୍ୱ ଜମିକୁ ଜଳସେଚନ ସୁବିଧା ରହିଥିଲେ ମଧ୍ୟ ଜଳର ସୁଷମ ବଣ୍ଟନ ହୋଇପାରୁନି। ଏଥିଯୋଗୁ ପାଟପୁର ପଞ୍ଚାୟତରେ ଚାଷ କାର୍ଯ୍ୟ ବିଶେଷ ଭାବେ ବାଧାପ୍ରାପ୍ତ ହୋଇଛି। ଏହି ପଞ୍ଚାୟତର ଚାଷଜମିକୁ ୧୪ ନଂ. କେନାଲରେ ପାଣି ଆସିଥାଏ। କିନ୍ତୁ ଏବେ କେନାଲ ତଳମୁଣ୍ଡକୁ ପାଣି ଆସିପାରୁନି ବୋଲି କହିଛନ୍ତି ପାଟପୁରର ଚାଷୀ ପର୍ଶୁରାମ ସ୍ବାଇଁ, ଆର୍ତ୍ତବନ୍ଧୁ ସାହୁ, ଧ୍ରୁବଚରଣ ମହାନ୍ତି, ବିଦ୍ୟାଧର ଜେନା, ସୁରେଶ ଦଳାଇ, ରମେଶ ମହାନ୍ତି ପ୍ରମୁଖ। ଏ ସମ୍ପର୍କରେ କୁଜଙ୍ଗ କୃଷି ଅଧିକାରୀ ପ୍ରଦୋଶ ବେହେରାଙ୍କୁ ପଚାରିବାରୁ ସେ କହିଲେ ଯେ, ଏଭଳି କେତେକ ଅଭିଯୋଗ ଆସିଥିଲା। ମାତ୍ର ଏକ ମିଳିତ ଟିମ୍‌ ଏହାର ଅନୁଧ୍ୟାନ କରିଛନ୍ତି। କେତେକ ଅଞ୍ଚଳକୁ ପାଣି ମାଡୁ ନ ଥିବା ଜଣାଯାଇଛି। ସମ୍ପୃକ୍ତ ଚାଷୀମାନଙ୍କଠାରୁ ଜଳକର ନିଆଯାଉନାହିଁ। ଅନ୍ୟପକ୍ଷରେ ବହୁ ସ୍ଥାନରେ ଚାଷୀ ନିଜ ଉଦ୍ୟମରେ ପୋଖରୀ, ନଦୀ ଓ ସଫେଇ ଆଦିରୁ ପାଣି ନେଉଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri