ତଲସରା ନିର୍ବାଚନ ମଣ୍ଡଳୀରେ ଭାଜପାର ବାଜିମାତ:ଭୁଶୁଡ଼ିଲା କଂଗ୍ରେସ ଗଡ଼

ବଡ଼ଗାଁ/ ସବ୍‌ଡେଗା, ୨୪-୫(ଡି.ଏନ.ଏ):ସୁନ୍ଦରଗଡ଼ ଜିଲା ତଲସରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାଜପା ବାଜିମାତ କରିଛି । କଂଗ୍ରେସର ଗଡ ଭାବେ ରହି ଆସିଥିବା ଏହି ନିର୍ବାଚନ ମଣ୍ଡଳୀରେ ଭୋଟର କଂଗ୍ରେସ ଓ ବିଜେଡିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏଠାରେ କଂଗ୍ରେସର ଗଡ଼ ଭୁଶୁଡ଼ି ପଡ଼ିଛି। ଭାଜପା ୫୯୪୦୩, ବିଜେଡି ୪୩୪୮୫ ଓ କଂଗ୍ରେସ ୪୦୩୫୬ ଭୋଟ ପାଇଛି। ଭାଜପାର ପ୍ରାର୍ଥୀ ଭବାନୀ ଭୋଇ ସରଳ ଭାବମୂର୍ତ୍ତିକୁ ଭୋଟର ପସନ୍ଦ କରିଥିଲାବେଳେ କଂଗ୍ରେସ ଓ ବିଜେଡିରେ ଥିବା କନ୍ଦଳର ଫାଇଦା ଭାଜପାକୁ ସୁହାଇଥିଲା । କଂଗ୍ରେସ ଦଳର ପ୍ରାର୍ଥୀ ଡା. ପ୍ରଫୁଲ୍ଲ ମାଝି ନିର୍ଦ୍ଦିିଷ୍ଟ କେତେ ଜଣ ହାତ ଗଣତି କର୍ମୀ, କର୍ମକର୍ତ୍ତାଙ୍କୁ ଠିକା ଦେବା ଓ ସେଇ କର୍ମକର୍ତ୍ତାମାନେ ୫ ବର୍ଷ ନିର୍ମାଣ କାମରେ ବ୍ୟସ୍ତ ରହି ଦଳୀୟ କର୍ମୀଙ୍କୁ ଅଣଦେଖା କରିବାରୁ ନିର୍ବାଚନ ବେଳେ ଅନେକ ପ୍ରଭାବୀ ସକ୍ରିୟ କର୍ମୀ ଘରେ ବସି ରହିଥିଲେ । କର୍ମୀମାନେ ଅସନ୍ତୁଷ୍ଟ ହେବାର ଅନ୍ୟ ଏକ କାରଣ ଥିଲା ଯେ, ସାଢ଼େ ୪ ବର୍ଷ ମଧ୍ୟରେ କର୍ମୀ ସଭା କରାଯାଇ ନ ଥିଲା। ସଭା କଲେ ଠିକାକୋଟାରେ ବ୍ୟସ୍ତଥିବା କେତେଜଣ କର୍ମକର୍ତ୍ତାଙ୍କ କଥା ସଭାରେ ଉଠିବା ଭୟରେ ସଭା କରାଯାଇ ନ ଥିଲା। ଯାହା କଂଗ୍ରେସ କର୍ମୀଙ୍କ ମଧ୍ୟରେ ଆକ୍ରୋସ ଭାବ ସୃଷ୍ଟି କରିଥିଲା । ଏହା ନିର୍ବାଚନରେ ପ୍ରଭାବ ପକାଇଥିଲା । ଏପରିକି ଯେଉଁମାନେ ଦଳୀୟ ପଦବୀରେ ଠିକାକୋଟା କଲେ ସେମାନେ ମିଶନ ଓ ମୁସଲିମ ଭୋଟ ଉପରେ ବିଶେଷ ଦୃଷ୍ଟି ଦେଲେ ଓ ଅନ୍ୟମାନଙ୍କୁ ତଥା କର୍ମୀଙ୍କୁ ହେୟଜ୍ଞାନ କଲେ। ତେଣୁ ପରିଣାମ ଏପରି ହେଲା ବୋଲି ସିଧାସଳଖ ପ୍ରକାଶ କରୁଛନ୍ତି । ସେହିପରି ଗତ ବିଧାନସଭା ନିର୍ବାଚନରେ ବିଜେଡିରେ ଗୋଷ୍ଠୀ କନ୍ଦଳ ସତ୍ତ୍ୱେ ଦଳ ୧୪ଶହ ଭୋଟରେ ହାରିଥିଲା। ଏଥର ପୂର୍ବତନ ବିଧାୟକ ସ୍ବର୍ଗତ ନିଲସନ ସୋରେଙ୍ଗ ପ୍ରାର୍ଥୀ ହୋଇଥିଲେ । ସେ ଏକବର୍ଷ ପର୍ଯ୍ୟବେକ୍ଷକ ଦାୟୀତ୍ୱରେ ରହି ଜନସମ୍ପର୍କ କରିଥିଲେ ମଧ୍ୟ ବହୁ ସଂଖ୍ୟକ ବ୍ୟବଧାନକୁ ଦେଖିଲେ ମିଶନ ଭୋଟ ହାତେଇବାରେ ସେତେଟା ସକ୍ଷମ ହୋଇନଥିବା ବେଳେ ବିଜେଡି ନେତାମାନଙ୍କ କାମ କାମରେ ଆସିନି। ବିଜେଡିର ବରିଷ୍ଠ ସ୍ଥାନୀୟ ଦଳୀୟ ନେତାମାନେ ବିଫଳ ହେବାର କେତେକ କାରଣ ହେଲା ଏହି ନେତାମାନେ ୫ବର୍ଷ ପର୍ଯ୍ୟନ୍ତ କୌଣସି ଗାଁକୁ ଯାଇ ଲୋକଙ୍କ ସମସ୍ୟା ବୁଝିବା, ସଙ୍ଗଠନ କରାଇବା କର୍ମୀଙ୍କୁ ଉତ୍ସାହିତ କରିବା ଆଦି କାମ କରିବା କେବେ ଦେଖାଯାଏ ନାହିଁ । ୫ ବର୍ଷରେ ଥରେ ନବୀନ ପଟ୍ଟନାୟକ ସରକାରଙ୍କ ଗୁଣଗାନ କରି ଭୋଟ ମାଗିବା ଦେଖାଯାଏ । ଲୋକେ ସରକାରୀ କର୍ମଚାରୀମାନଙ୍କୁ ଜଣାଇଲେ ମଧ୍ୟ କେହି ନ ଶୁଣିବା, ଜିଲାପାଳଙ୍କ ଅଭିଯୋଗ ଶୁଣାଣୀ ପରେ ମଧ୍ୟ କାମ ହେଉ ନ ଥିବା ଏପରିକି ଆନ୍ଦୋଳନ, ଧାରଣା ସତ୍ତ୍ବେ ସରକାରୀ ଅଧିକାରୀମାନେ ନ ଶୁଣିବା ଭଳି ମନମୁଖି ସତ୍ତ୍ବେ କୌଣସି ଦଳର ନେତା, ଜନ ପ୍ରତିନିଧି ମୁହଁ ଖୋଲିନଥାନ୍ତି। କାରଣ କଂଗ୍ରେସ ଓ ବିଜେଡିର କର୍ମୀମାନେ ଅର୍ଥ ଉପାର୍ଜନ ପାଇଁ ବିଭିନ୍ନ କାମ କରୁଥିବାରୁ ମୁହଁ ବନ୍ଦ କରିଥାନ୍ତି । ଏହିପରି କେତେକ କାରଣରୁ ବିଜେଡି ପ୍ରତି ଏଠାରେ ବିତସ୍ବହତା ରହିଛି। ଲୋକଙ୍କ ଅସନ୍ତୋଷ ଭାବକୁ ଦେଖି ତାର ସମାଧାନ ଦିଗରେ ଏମାନେ କେବେ କାମ କରିଥିବାର ନଜିର ନାହିଁ। ଏହାର ପ୍ରତିଫଳନ ନିର୍ବାଚନରେ ପଡିଛି। ନେତାମାନଙ୍କ ପାଇଁ ଆତ୍ମ ସମୀକ୍ଷାର ବେଳ ଆସିଛି । ପରିଣାମକୁ ନେଇ ମନ୍ଥନ କରିବା ରାଜନୈତିକ ଦୃଷ୍ଟି କୋଣରୁ ଉଚିତ ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri