ତଦନ୍ତ ଆଳରେ କାଳିଆ ସହାୟତା ପ୍ରଦାନରେ ବିଳମ୍ବ: ଚୂଡାନ୍ତ ରିପୋର୍ଟରେ ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ

ରସୁଲପୁର,୮।୯(ଡି.ଏନ.ଏ.)- ସମୟ ଗଡି ଚାଲିଛି, ହେଲେ କାଳିଆ ଦ୍ୱନ୍ଦ୍ୱ ତୁଟୁନି। ତଦନ୍ତ ଆଳରେ ସରକାର ପ୍ରକୃତ ଚାଷୀଙ୍କ ଜମାଖାତାକୁ ଟଙ୍କା ଦେବେରେ ବିଳମ୍ବ କରୁଛନ୍ତି। ସରକାର ଏହି ଯୋଜନାରୁ ଅଯୋଗ୍ୟଙ୍କୁ ବାଛି ବାଦ୍‌ ଦେବା ଆଳରେ ମାସାଧିକ କାଳ ବିତିଗଲାଣି। ତଦନ୍ତ ଦାୟିତ୍ୱରେ ଥିବା ଅଧିକାରୀମାନେ ଯେନତେନ ଉପାୟରେ ରିପୋର୍ଟ ଦାଖଲ କରି କାମ ସାରିଦେଇଛନ୍ତି। ହେଲେ ରିପୋର୍ଟରେ ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ସମଗ୍ର ରାଜ୍ୟର ସମସ୍ୟା ହୋଇଥିବାବେଳେ ଯାଜପୁର ଜିଲା ରସୁଲପୁର ବ୍ଲକ ଭଳି ଏକ କୃଷି ପ୍ରଧାନ ଅଞ୍ଚଳରେ ଅନେକ ଆବେଦନକାରୀ ସହାୟତା ପାଇବାକୁ ଅପେକ୍ଷା କରି ରହିଛନ୍ତି। ତଦନ୍ତବେଳେ ଅଯୋଗ୍ୟ ନୁହେଁ ବରଂ ଯୋଜନା ହଡ଼ପକାରୀଙ୍କୁ ଠାବ କରାଯାଇଛି। ମାତ୍ର ପ୍ରକୃତ ଚାଷୀଙ୍କୁ ଠାବ କରିବାରେ ଅଧିକାରୀ ବିଫଳ ହୋଇଥିବା କୁହାଯାଉଛି। ଏଥିପାଇଁ ଚାଷୀଙ୍କୁ ନେଇ ସରକାରଙ୍କ ଅସ୍ପଷ୍ଟ ନୀତିକୁ ଦାୟୀ କରାଯାଉଛି। ଏଭଳି ସ୍ଥିତିରେ ଯୋଜନା ସଫଳ ହେବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

୨୦୧୧ ଜନଗଣନା ଅନୁଯାୟୀ, ରସୁଲପୁର ବ୍ଲକରେ ୩୬,୮୯୩ ପରିବାର ରହିଛି। ହେଲେ ୨୦୧୯ରେ କାଳିଆ ଯୋଜନା ଆବେଦନକାରୀଙ୍କ ସଂଖ୍ୟା ୫୦ହଜାର ଛୁଇଁଥିଲା। ଗୋଟିଏ ପରିବାର ବାପା, ପୁଅ, ମା, ଝିଅ ପୃଥକ ପୃଥକ ଭାବେ ଆବେଦନ କରିବାରୁ ଏଭଳି ଘଟିଥିବା କୁହାଯାଉଛି। ଏହାଛଡ଼ା କାଳିଆ ଆବେଦନକାରୀ ଓ ଅଯୋଗ୍ୟ ହିତାଧିକାରୀଙ୍କୁ ନେଇ କୃଷି ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରାଯାଉ ନାହିଁ। ଏହି ବ୍ଲକ ପାଇଁ କାଳିଆ ଯୋଜନା ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀ ତୁଷାରକାନ୍ତି ସେଠୀଙ୍କୁ ପଚାରିବାରୁ, ତଦନ୍ତ ଆଳ ଦେଖାଇ କୌଣସି ସ୍ପଷ୍ଟ ସୂଚନା ଦେବାକୁ ମନା କରିଦେଇଛନ୍ତି। ମାତ୍ର କାଳିଆ ତାଲିକାରେ ବିଶେଷ କିଛି ପରିବର୍ତ୍ତନ ଘଟିବ ନାହିଁ ବୋଲି କହିଛନ୍ତି। କେବଳ କମ୍‌ ବୟସର ପିଲା, ମୃତବ୍ୟକ୍ତି, ସରକାରୀ ଚାକିରିଆ ଆଦିଙ୍କୁ ବାଦ୍‌ ଦେଲେ ସମସ୍ତଙ୍କୁ ଯୋଗ୍ୟ କରିଦିଆଯାଇଛି ବୋଲି କହିଛନ୍ତି। ପୂର୍ବରୁ କାଳିଆ ଟଙ୍କା ପାଇଥିବା ପରିବାର ମଧ୍ୟରୁ ୧୩୯୨ ହିତାଧିକାରୀ ଚିହ୍ନଟ କରାଯାଇଛି ବୋଲି କୁହାଯାଉଛି। ହେଲେ ସେମାନଙ୍କ ମଧ୍ୟରୁ କେତେଜଣ ଟଙ୍କା ଫେରାଇଲେଣି ତାହା ଏବେ ବି ଅସ୍ପଷ୍ଟ। ଏହାଛଡା ଗୋଟିଏ ପରିବାରରୁ ଏକାଧିକ ବ୍ୟକ୍ତି ଯୋଜନାରେ ସାମିଲ ହୋଇଥିଲେ। ଫଳରେ ପୂର୍ବରୁ ଧାର୍ଯ୍ୟ ହୋଇଥିବା ସମୟ ମଧ୍ୟରେ ତଦନ୍ତ ସରି ନ ଥିଲା। ପୁଣି ସରକାର ତଦନ୍ତ ଅବଧିକୁ ବଢାଇଥିଲେ। ଅଗଷ୍ଟ ୨୭ରେ ପ୍ରତ୍ୟେକ ବ୍ଲକରୁ ତଦନ୍ତ ରିପୋର୍ଟ ଜିଲାକୁ ପ୍ରଦାନ କରାଯିବ ଓ ପରେ ୨୯ରେ ଜିଲାରୁ ରାଜ୍ୟକୁ ପଠାଯିବ। ଅଗଷ୍ଟ ୩୧ ସୁଦ୍ଧା ଏ ନେଇ ଚୂଡାନ୍ତ ତାଲିକା ପ୍ରକାଶ ପାଇବ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ନିର୍ଦ୍ଧାରିତ ସମୟରେ ତଦନ୍ତ ରିପୋର୍ଟ ଦାଖଲ କରାଯାଇ ନ ଥିଲା। ଉପରିସ୍ଥ ଅଧିକାରୀଙ୍କ କଡା ନିର୍ଦ୍ଦେଶ ପରେ ଗତ ୧ ତାରିଖରେ ତରବରିଆ ଭାବେ ରିପୋର୍ଟ ଦାଖଲ କରାଯାଇଛି ବୋଲି ସୂଚନା ମିଳୁଛି। ଏହି ଯୋଜନାକୁ ନେଇ ନୋଡାଲ ଅଧିକାରୀ ମୁହଁ ଖୋଲିବାକୁ ନାରାଜ। ବିଡିଓ ଉମାକାନ୍ତ ପରିଡାଙ୍କୁ ପଚାରିବାରୁ, ସେ କେବଳ ରିପୋର୍ଟରେ ଦସ୍ତଖତ କରିଛନ୍ତି। ମାତ୍ର ତଦନ୍ତ ଅଧିକାରୀଙ୍କ ନିକଟରେ ତଥ୍ୟ ଅଛି ବୋଲି ସୂଚନା ଦେଇଛନ୍ତି। ଅଧିକାରୀମାନେ ଏ ସମ୍ପର୍କିତ ତଥ୍ୟ ଲୁଚାଇବାକୁ ପ୍ରୟାସ କରୁଥିବା କୁହାଯାଉଛି। କାଳିଆ ଯୋଜନାର ଚୁଡାନ୍ତ ତାଲିକାରେ ସ୍ଥାନ ପାଇଥିବା ହିତାଧିକାରୀଙ୍କ ନାମ ପଞ୍ଚାୟତସ୍ତରରେ ପ୍ରକାଶ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri