ତତ୍ପରତା ଦେଖାଇ ଶୋଇଗଲେ

ହକି ବିଶ୍ୱକପ୍‌ ପୂର୍ବରୁ ଭୁବନେଶ୍ୱରର ପରିମଳ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାକୁ ଅଧିକ ତତ୍ପରତା ପ୍ରକାଶ ପାଇବା ସହ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ସହରର ୪୦ କିମି ରାସ୍ତାକୁ ମେଶିନରେ ସଫେଇ କରିବା, ନୂଆ ଡଷ୍ଟବିନ ଲଗାଇବା, ସମସ୍ତ ଅଳିଆ ଗାଡ଼ିରେ ଜିପିଏସ୍‌ ଲଗାଇବା ସହ ଡଷ୍ଟ୍‌ବିନରେ ସେନ୍‌ସର୍ସ ଲଗାଇବାକୁ ନିଷ୍ପତ୍ତି ହୋଇଥିଲା। ଡଷ୍ଟବିନ ବଦଳାଯିବା ସହ ନୂଆ ସ୍ଥାପନ ପାଇଁ ସର୍ଭେ କରି ରିପୋର୍ଟ ଦେବାକୁ ସାନିଟାରି ଇନ୍ସପେକ୍ଟର ମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା। ଏହା ଭିତରେ ସରିଯାଇଥିଲା ହକି ବିଶ୍ୱକପ୍‌, ଆଉ ପରିମଳ ବ୍ୟବସ୍ଥାକୁ ନେଇ ସ୍ବପ୍ନ ଦେଖାଇଥିବା ଅଧିକାରୀମାନେ ଶୋଇ ଯାଇଥିଲେ।