ହୃଦ୍‌ରୋଗ ଠାରୁ ଦୂରେଇ ରଖେ ତଟକା ଫଳମୂଳ

ହୃଦ୍‌ରୋଗ ପରି ଗୁରୁତର ସମସ୍ୟାଠାରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଛନ୍ତି କି ? ଯଦି ହଁ, ତେବେ ସେଥିପାଇଁ ସନ୍ତୁଳିତ ଜୀବନଶୈଳୀ, ଖାଦ୍ୟପେୟ, ବ୍ୟାୟାମ ବିଷୟରେ ଅନେକେ ଅବଗତ ଥିବେ। ହେଲେ ଏହି ତାଲିକାରେ ନିକଟରେ ଆଉ ଏକ ବିଷୟକୁ ସାମିଲ କରାଯାଇଛି। ଯଦି ଜଣେ ବ୍ୟକ୍ତି ନିୟମିତ ତଟକା ଫଳମୂଳ ଖାଉଛନ୍ତି ତେବେ ତାହାର ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। ବିଶେଷଭାବରେ ହୃଦ୍‌ରୋଗକୁ ଦୂରେଇ ରଖିବାରେ ଏହା କେତେକାଂଶରେ ସାହାଯ୍ୟ କରିଥାଏ। ଏପରି ବିଷୟବସ୍ତୁକୁ ନେଇ ଲଣ୍ଡନ ୟୁନିଭର୍ସିଟିର ହୃଦ୍‌ରୋଗ ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କ (ଯେଉଁମାନେ ନିୟମିତ ତଟକା ଫଳମୂଳ ଖାଉଥିଲେ) ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ବ୍ୟକ୍ତିଙ୍କଠାରେ ହୃଦ୍‌ରୋଗର ଲକ୍ଷଣ କମ୍‌ ଦେଖିବାକୁ ମିଳିଥିଲା ବୋଲି ପ୍ରକାଶିତ ରିପୋର୍ଟରୁ ଜଣାପଡିଛି।