ତଖ୍‌ତର ଶୁଟିଂ ପୂର୍ବରୁ ଫଟୋ ଶେୟାର କଲେ ଆଲିଆ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର ସିଂଙ୍କୁ ଧର୍ମା ପ୍ରଡକଶନ୍‌ ହାଉସ୍‌ ବାହାରେ ଦେଖିବା ପରେ ଏବେ ଏମାନଙ୍କ ଅଭିନୀତ ଫିଲ୍ମ ‘ତଖ୍‌ତ’କୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ତେବେ ଶୁଟିଂ ପୂର୍ବରୁ ସୋସିଆଲ ମିଡିଆରେ ଆଲିଆ ଏକ ଫଟୋ ଶେୟାର କରିଛନ୍ତି। ଏହାକୁ ଦେଖି ତାଙ୍କ ଫ୍ୟାନମାନେ ଏବେଠାରୁ ଫିଲ୍ମକୁ ଅପେକ୍ଷା ରଖିଲେଣି। ବଡ କଥା ହେଲା ଏହି ଫିଲ୍ମକୁ ନେଇ ନିର୍ଦ୍ଦେଶକ କରନ ଜୋର ଖୁବ୍‌ ଏକ୍‌ସାଇଟେଡ ଅଛନ୍ତି। କାରଣ ପ୍ରାୟ ୩ ବର୍ଷ ପରେ ପୁଣି ନିର୍ଦ୍ଦେଶନାକୁ ଓହ୍ଲାଇଛନ୍ତି କରନ। କେବଳ ସେତିକି ନୁହେଁ ପ୍ରଥମଥର ଲାଗି କରନ ଏକ ଐତିହାସିକ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି। ଏହା ଔରଙ୍ଗଜେବଙ୍କ ଜୀବନୀ ଉପରେ ଆଧାରିତ ବୋଲି ଜଣାପଡିଛି। ତେବେ କେବଳ କରନ ନୁହେଁ ସମସ୍ତେ ଏହି ଫିଲ୍ମକୁ ନେଇ ଏକ୍‌ସାଇଟେଡ୍‌ ଥିବା କୁହାଯାଉଛି।

Share