ଢେଙ୍କାନାଳ ଲୋକ ସଭା: ଭାଜପାର ରୁଦ୍ରନାରାୟଣ ଆଗୁଆ

ଢେଙ୍କାନାଳ ଅଫିସ, ୨୩ା୫-ଢେଙ୍କାନାଳ ଲୋକ ସଭା ଆସନରେ ୨ୟ ରାଉଣ୍ଡ ଭୋଟଗଣତି ଜାରି ରହିଛି। ପୂର୍ବାହ୍ନ ୧୧.୧୫ ସୁଦ୍ଧା ଏଠାରେ ୧ଲକ୍ଷ ୩୮ ହଜାର ୫୯୦ ଖଣ୍ଡ ଭୋଟ ଗଣତି ସରିଛି। ଭାଜପା ପ୍ରାର୍ଥୀ ରୁଦ୍ରନାରାୟଣ ପାଣି ୬୨,୧୪୧ ଖଣ୍ଡ ଭୋଟ ପାଇ ଆଗରେ ଅଛନ୍ତି। ତାଙ୍କ ପଛକୁ ବିଜେଡିର ମହେଶ ସାହୁ ୬୧,୧୦୭ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ କାମାକ୍ଷା ପ୍ରସାଦ ସିଂଦେଓ ୯୯୧୩ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି।