Posted inରାଜ୍ୟ

ଢେଙ୍କାନାଳ କଲେଜ ଯୁକ୍ତ୩ ପରୀକ୍ଷା ଫଳ ପ୍ରକାଶିତ: ପାସ୍‌ ହାର ୭୧.୨୮%, ସୁବ୍ରତ ଟପ୍ପର

ଢେଙ୍କାନାଳ ଅଫିସ, ୩୦।୫: ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ୩ ପରୀକ୍ଷା ଫଳ ବୁଧବାର ସକାଳ ସାଢ଼େ ୯ଟାରେ ପ୍ରକାଶ ପାଇଛି। ଚଳିତବର୍ଷ ପାସ୍‌ ହାର ରହିଛି ୭୧.୨୮%। ପଦାର୍ଥ ବିଜ୍ଞାନ ଛାତ୍ର ସୁବ୍ରତ କୁମାର ପଣ୍ଡା କଲେଜ ଟପ୍ପର ହୋଇଛନ୍ତି। ଏଗ୍ରିଗେଟ୍‌କୁ ମିଶାଇ ସେ ମୋଟ ୨୬୦୦ରୁ ୨୪୧୨ ମାର୍କ ରଖିଛନ୍ତି। ତାଙ୍କୁ ଓ(ଡି) ଗ୍ରେଡ୍‌ ମିଳିଛି।
କଳା, ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗରେ ପରୀକ୍ଷା ଦେଇଥିବା ୫୦୬ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୩୫୫ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ତନ୍ମଧ୍ୟରେ ‘ଓ’ଗ୍ରେଡ୍‌ ଏବଂ ଡିଷ୍ଟିକ୍‌ଶନରେ ୫, ‘ଏ ପ୍ଲସ୍‌’ରେ ୩, ‘ଏ ପ୍ଲସ୍‌ ଡି’ରେ ୪୦, ‘ଏ(ଡି)’ରେ ୯୨, ‘ଏ’ରେ ୧୭, ‘ଡି ପ୍ଲସ୍‌ ଡି’ରେ ୫୨, ‘ବି ପ୍ଲସ’ରେ ୫୨, ‘ବି’ରେ ୬୮, ‘ସି’ରେ ୨୫ ଏବଂ ‘ଡି’ ଗ୍ରେଡ୍‌ରେ ଜଣେ ଅଛନ୍ତି। ୧୪୧ଜଣ ଫେଲ୍‌ ହୋଇଥିବାବେଳେ ୨ଜଣ କପି କରି ଧରାପଡ଼ିଛନ୍ତି।
କଳା ବିଭାଗରେ ୨୦୨ଜଣ ପରୀକ୍ଷା ଦେଇଥିବାବେଳେ ୧୪୯ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପାସ୍‌ ହାର ୭୩.୨୬% ରହିଛି। ସେହିପରି ବିଜ୍ଞାନରେ ୧୬୩ ଜଣଙ୍କ ମଧ୍ୟରୁ ୧୪୭ଜଣ (୯୦.୧୮%) ଏବଂ ବାଣିଜ୍ୟରେ ୧୪୧ରୁ ୫୯ଜଣ (୪୨.୭୫%) ପାସ୍‌ ହୋଇଛନ୍ତି।
ଅର୍ଥନୀତି ବିଭାଗ ସମ୍ମାନରେ ରୋଜାଲିନ୍‌ ସେନାପତି, ଇଂଲିଶ ସମ୍ମାନରେ ପଲ୍ଲିଶ୍ରୀ ମିଶ୍ର, ଇତିହାସ ସମ୍ମାନରେ ଶୁଭସ୍ମିତା ସାହୁ, ଓଡ଼ିଆ ସମ୍ମାନରେ ଅଶ୍ୱିନୀ କୁମାର ଦ୍ୱିବେଦୀ, ଦର୍ଶନଶାସ୍ତ୍ର ସମ୍ମାନରେ ରାଜଲକ୍ଷ୍ମୀ ମହାନ୍ତି, ରାଜନୀତି ବିଜ୍ଞାନ ସମ୍ମାନରେ ଅର୍ପିତା ସାହୁ, ମନସ୍ତତ୍ତ୍ୱ ସମ୍ମାନରେ ଶୁଭଲକ୍ଷ୍ମୀ ସାହୁ, ସଂସ୍କୃତ ସମ୍ମାନରେ ପୂର୍ଣ୍ଣାନନ୍ଦ ମଲ୍ଲିକ, ଉଦ୍ଭିଦ ବିଜ୍ଞାନ ସମ୍ମାନରେ ଶାଶ୍ୱତୀ ସାହୁ, ରସାୟନ ବିଜ୍ଞାନ ସମ୍ମାନରେ ଅମ୍ରିତା ଐଶ୍ୱର୍ଯ୍ୟା ନନ୍ଦ, କମ୍ପ୍ୟୁଟର ବିଜ୍ଞାନ ସମ୍ମାନରେ ମୃତ୍ୟୁଞ୍ଜୟ ରାଉତ, ଗଣିତ ସମ୍ମାନରେ ବିଭୂତି ଭୂଷଣ ସାହୁ, ପଦାର୍ଥ ବିଜ୍ଞାନ ସମ୍ମାନରେ ସୁବ୍ରତ ପଣ୍ଡା, ପ୍ରାଣୀ ବିଜ୍ଞାନ ସମ୍ମାନରେ ପ୍ରୀତିଜ୍ୟୋତ୍ସ୍ନା ସାହୁ, ଆକାଉଣ୍ଟିଂ ସମ୍ମାନରେ ଜୟଶ୍ରୀ ପ୍ରଧାନ ବିଭାଗୀୟ ଟପ୍ପର ହୋଇଛନ୍ତି।
କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ପଦ୍ମକାନ୍ତ ମିଶ୍ର ପରୀକ୍ଷା ଫଳ ଘୋଷଣା କରିଥିଲେ। ପରୀକ୍ଷା ନିୟନ୍ତ୍ରକ ଜୟଦେବ ପାଢୀ, ସହକାରୀ ପରୀକ୍ଷା ନିୟନ୍ତ୍ରକ ରମେଶ ବେହେରା, ଦେବାଶିଷ ମହାନ୍ତି, ଅଧ୍ୟାପକ ସଞ୍ଜିତ ମହାପାତ୍ର, ପ୍ରଶାନ୍ତ ପରିଡ଼ା, ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ଧରଣୀଧର ରଣା ଓ ମନସ୍ତତ୍ତ୍ୱ ବିଭାଗ ମୁଖ୍ୟ ନମିତା କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri