ଢେଙ୍କାନାଳରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ: ‘୫-ଟି’ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ

ଢେଙ୍କାନାଳ ଅଫିସ/ଓଡ଼ାପଡ଼ା (ଡି.ଏନ.ଏ.), ୧।୧୧ – ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ କୁମାର ମହାପାତ୍ର ବୁଧବାରଠାରୁ ୨ଦିନିଆ ଢେଙ୍କାନାଳ ଗସ୍ତରେ ଆସି ୧୩ଗୋଟି ଯୋଜନାର ସମୀକ୍ଷା କରିଛନ୍ତି। ସେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିବା ସହ ହିତାଧିକାରୀଙ୍କୁ ଭେଟି ଆଲୋଚନା କରିଛନ୍ତି। ଏଥିସହ ‘୫-ଟି’ କାର୍ଯ୍ୟକାରିତା ଏବଂ ଜନସାଧାରଣଙ୍କୁ ତ୍ୱରିତ ସେବା ଯୋଗାଇଦେବା ନେଇ ଯତ୍ନବାନ ହେବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।
ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅତିରିକ୍ତ ସଚିବ ମୋ ସରକାର, ଆକାଂକ୍ଷା ଜିଲା, ମମତା ଯୋଜନା, ବିଜୁ ପକ୍କାଘର, ଉଠା ଜଳସେଚନ, ମିଶନ ଶକ୍ତି, ପାନୀୟଜଳ ଯୋଗାଣ, ନିରାମୟ, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା, ଗ୍ରାମ୍ୟ ବିଦ୍ୟୁତୀକରଣ, ରାଷ୍ଟ୍ରୀୟ ଖାଦ୍ୟ ନିରାପତ୍ତା ଯୋଜନା, ସମଗ୍ର ଶିକ୍ଷା ଯୋଜନା, ସମନ୍ବିତ ଶିଶୁ ବିକାଶ ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଏଥିସହ ଉନ୍ନୟନମୂଳକ କାର୍ଯ୍ୟରେ ସ୍ବଚ୍ଛତା ଅବଲମ୍ବନ, ଲୋକମାନଙ୍କ ନିକଟରେ ଯୋଜନା ପହଞ୍ଚାଇବା ନେଇ ବହୁମୂଲ୍ୟ ପରାମର୍ଶ ଦେଇଥିଲେ। ଆକାଂକ୍ଷା ଜିଲା ଅଧୀନ ୫ ମୁଖ୍ୟ ସେକ୍ଟର ସ୍ବାସ୍ଥ୍ୟ, ଶିକ୍ଷା, କୃଷି ଓ ଜଳ ସମ୍ପଦ, ଆର୍ଥତ୍କ ଅନ୍ତର୍ଭୁକ୍ତୀକରଣ, କୌଶଳ ବିକାଶ, ମୌଳିକ ଭିତ୍ତିଭୂମି କ୍ଷେତ୍ରରେ ୪୯ ସୂଚକାଙ୍କ ଉପରେ ସମୀକ୍ଷା କରାଯାଇଥିଲା। ଜୁନ୍‌ ଏବଂ ଜୁଲାଇରେ ଢେଙ୍କାନାଳ ଜିଲା ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ କୌଶଳ ବିକାଶ କ୍ଷେତ୍ର ମାନଦଣ୍ଡରେ ୧ନଂ. ସ୍ଥାନରେ ରହିଥିଲା। ଏହାକୁ ନେଇ ସଚିବ ସନ୍ତୋଷ ବ୍ୟକ୍ତ କରିଛନ୍ତି। ପଛୁଆ ସୂଚକାଙ୍କରେ ଉନ୍ନତି ଆଣିବା ସହ ସ୍ବାସ୍ଥ୍ୟ, କୃଷି କ୍ଷେତ୍ର ପ୍ରତି ଅଧିକ ଦୃଷ୍ଟି ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଗୁରୁବାର ଓଡ଼ାପଡା ବ୍ଲକ ପରିଦର୍ଶନରେ ଯାଇଥିବା ଅତିରିକ୍ତ ମୁଖ୍ୟ ସଚିବ ବିକାଶମୂଳକ କାର୍ଯ୍ୟ ବୁଲି ଦେଖିବା ସହ ହିତାଧିକାରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ସେ ଶିବପୁର ଆଶ୍ରମ ବିଦ୍ୟାଳୟ, ଛାତ୍ରୀନିବାସ, ଅଙ୍ଗନୱାଡି କେନ୍ଦ୍ର, ଓଡ଼ାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ନୂଆ ବାଙ୍ଗୁରସିଂହ ଗ୍ରାମର ସୌଭାଗ୍ୟ ଯୋଜନାରେ ହିତାଧିକାରୀଙ୍କ ଗୃହ ନିର୍ମାଣ କାର୍ଯ୍ୟ, ଜୟ ହନୁମାନ ସ୍ବୟଂ ସହାୟକ ଗୋଷ୍ଠୀର ଛତୁଆ ୟୁନିଟ୍‌, ଇନ୍ଦିପୁର ଅଙ୍ଗନୱାଡି କେନ୍ଦ୍ର, ଛତୁଚାଷ ଏବଂ କତାଶିଳ୍ପ ବୁଲି ଦେଖିଥିଲେ। ଏଥିସହ କାଶିଆଡିହି ପଞ୍ଚାୟତରେ ଉଠା ଜଳସେଚନ ପ୍ରକଳ୍ପ ଦ୍ୱାରା ଉପକୃତ ହୋଇଥିବା ଚାଷୀ ବିପିନ ବିହାରୀ ଜେନା, ଜ୍ୟୋତ୍ସ୍ନାରାଣୀ ସାହୁଙ୍କୁ ଭେଟି ଆଲୋଚନା କରିଥିଲେ। ଜନପ୍ରତିନିଧିଙ୍କ ସହ ମତ ବିନିମୟ କରିବା ସହ ଭତ୍ତା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କ ଭଲମନ୍ଦ ପଚାରି ବୁଝିଥିଲେ। ଏହି ଅବସରରେ ଓଡ଼ାପଡ଼ା ସାମ୍ବାଦିକ ସଂଘ ପକ୍ଷରୁ ଗୋଷ୍ଠୀକେନ୍ଦ୍ରରେ ୨୪ ଘଣ୍ଟିଆ ଦୁର୍ଘଟଣାଜନିତ ଚିକିତ୍ସା ସେବାକେନ୍ଦ୍ର ଖୋଲିବା, ଆବଶ୍ୟକ ଡାକ୍ତର ଏବଂ କର୍ମଚାରୀ ନିଯୁକ୍ତି କରିବା ପାଇଁ ଦାବି କରାଯାଇଥିଲା।
ଅପରାହ୍ନ ୨ଟାରେ ସଚିବ ଜିଲା ଚିକିତ୍ସାଳୟ ପରିଦର୍ଶନ କରି ଭିତ୍ତିଭୂମି ପରଖିଥିଲେ। ଏଠାରେ ଉପଲବ୍ଧ ଆନୁଷଙ୍ଗିକ ବ୍ୟବସ୍ଥା ଦେଖି ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସଚିବଙ୍କ ଗସ୍ତ ସମୟରେ ଜିଲାପାଳ, ପିଡି ଡିଆର୍‌ଡିଏ, ଏସ୍‌ପି ଅନୁପମା ଜେମ୍‌ସ, ଜିଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ସରୋଜ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri