ଢେଙ୍କାନାଳରୁ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି

ଢେଙ୍କାନାଳ ଅଫିସ, ୧୫।୫: ଢେଙ୍କାନାଳ ଜିଲାରେ ସୋମବାର ଆଉ ଜଣେ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ତେବେ ନୂଆ ଆକ୍ରାନ୍ତ ଜଣଙ୍କ ଗତ ୧୩ ତାରିଖରେ ଏକ ସ୍କର୍ପିଓ ଯୋଗେ ଛତିଶଗଡ଼ରୁ ଅନ୍ୟ ୨ ଜଣଙ୍କ ସହ ଆସି ଢେଙ୍କାନାଳ ଜିଲା ଗନ୍ଦିଆ ବ୍ଲକ ତେନ୍ତୁଲିଆ କ୍ୱାରାଣ୍ଟାଇନ ସେଣ୍ଟରରେ ରହିଥିଲେ। ସେଠାରୁ ଗତ ୨୧ ତାରିଖରେ ତାଙ୍କ ସ୍ବାବ୍‌ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ୨୪ ତାରିଖ ସନ୍ଧ୍ୟାରେ ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଚିକିତ୍ସା ପାଇଁ ତାଳଚେର କୋଭିଡ୍‌ ହସ୍ପିଟାଲକୁ ପଠାଯାଇଥିବା ଜିଲାପାଳ ଭୁମେଶ ଚନ୍ଦ୍ର ଷଡଙ୍ଗୀ ସୂଚନା ଦେଇଛନ୍ତି।