ଢିଲା ପ୍ରଶାସନ, ଅମାନିଆ ହିତାଧିକାରୀ

ବଲାଙ୍ଗୀର ଅଫିସ, ୮ା୪: କରୋନା ସଂକ୍ରମଣକୁ କାବୁ କରିବା ଦିଗରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଛି। ଲକ୍‌ଡାଉନ୍‌ ଘୋଷଣା କରି ଲୋକଙ୍କୁ ଘରେ ରହିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବାରମ୍ବାର ଜନସାଧାରଣଙ୍କୁ ନିବେଦନ କରୁଛନ୍ତି । ଲକ୍‌ଡାଉନ୍‌ ଓ ସାମାଜିକ ଦୂରତ୍ୱ କଡାକଡି ପାଳନ କରିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ମାତ୍ର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ଲୋକଙ୍କ ଅସମ୍ଭାଳ ଭିଡ ପରିଚାଳନା କରିବାରେ ଫେଲ୍‌ ମାରୁଥିବା ଦେଖା ଯାଉଛି । ଲୋକେ ମଧ୍ୟ ଅମାନିଆ ହୋଇ ସବୁ ନିୟମ କାନୁନ ଉଲଂଘନ କରୁଥିବା ଦେଖା ଯାଉଛି । ଏଭଳି ସ୍ଥିତିରେ କରୋନା ସଂକ୍ରମଣ ରୋକିବା କଷ୍ଟକର ହୋଇପଡିଲାଣି ।ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ କରୋନା ସହାୟତା ରାଶି ଭାବେ ୧ ହଜାର ଟଙ୍କା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ । ଏହି ସହାୟତା ରାଶିକୁ ଉଚିତ୍‌ ଭାବେ ବଣ୍ଟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏହାକୁ ସୁଚାରୁରୂପେ କାର୍ଯ୍ୟକାରୀ କରିବାରେ ସ୍ଥାନୀୟ ପ୍ରଶାସନ ବିଫଳ ହୋଇଥିବା ଦେଖା ଯାଇଛି । ବଲାଙ୍ଗୀର ମୁନିସିପାଲିଟି ୱାର୍ଡ ନମ୍ବର ୨୦ ଅନ୍ତର୍ଗତ ଇନ୍ଦିରାନଗରଠାରେ ପିଡିଏସ୍‌ ହିତାଧିକାରୀଙ୍କୁ ୧ ହଜାର ଟଙ୍କା ବଣ୍ଟନ କରାଯାଉଥିବା ନେଇ ବୁଧବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଖବର ପ୍ରଚାର ହେବା ପରେ ଶତାଧିକ ହିତାଧିକାରୀ ଓ ଜନସାଧାରଣ ସେଠାରେ ରୁଣ୍ଡ ହୋଇଥିଲେ । ଉପଯୁକ୍ତ ସୂଚନାର ଅଭାବ ଏବଂ ପରିଚାଳନାଗତ ତ୍ରୁଟି ଯୋଗୁଁ ସେଠାରେ ଲୋକଙ୍କ ଭିତରେ ସାମାଜିକ ଦୂରତ୍ୱ ଉଲଂଘନ ହେବା ସହ ଲୋକଙ୍କ ମଧ୍ୟରେ ଠେଲାପେଲା ଓ ହୋହଲ୍ଲା ଆରମ୍ଭ ହୋଇଯାଇଥିଲା । ମୁନିସିପାଲିଟି କର୍ମଚାରୀମାନେ ମାତ୍ର ଅଳ୍ପ କେତେଜଣଙ୍କୁ ଟଙ୍କା ବଣ୍ଟନ କରିଥିବାବେଳେ ଶତାଧିକ ହିତାଧିକାରୀ ସେଠାକୁ ଧସେଇ ପଶିଥିଲେ । ପରିସ୍ଥିତି ଅସମ୍ଭାଳ ହେବାରୁ ଟାଉନ୍‌ ଥାନା ପୋଲିସକୁ ଖବର ଦିଆଯାଇଥିଲା । ଏହାପରେ ପୋଲିସ ସେଠାକୁ ପହଞ୍ଚତ୍ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲା।ଲୋକଙ୍କ ଅସମ୍ଭାଳ ଭିଡ ଓ ଅମାନିଆଙ୍କ ଉଶୃଙ୍ଖଳତା ଦେଖି ଶେଷରେ ବାଧ୍ୟ ହୋଇ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ପଡିଥିଲା । ଏହାପରେ ଦୀର୍ଘ ସମୟ ଧରି ସେଠାରେ ଲୋକ ଅଟକି ରହି ଘରୁ ଫେରିଥିଲେ । ଏନେଇ ମୁନିସିପାଲିଟି ନିର୍ବାହୀ ଅଧିକାରୀ ବିପିନ ଦୀପଙ୍କୁ ପଚାରିବାରୁ ରାଜ୍ୟ ସରକାରଙ୍କ ଘୋଷିତ ୧ ହଜାର ଟଙ୍କାର କରୋନା ସହାୟତା ରାଶି ବଣ୍ଟନ ପାଇଁ ପର୍ଯ୍ୟାୟକ୍ରମେ ୫୦ ଜଣଙ୍କୁ ଡକାଯାଇଥିଲା ।ମାତ୍ର ଶତାଧିକ ଲୋକ ସେଠାକୁ ଆସି ଟଙ୍କା ମାଗିବାରୁ ପରିସ୍ଥିତି ଅସମ୍ଭାଳ ହୋଇପଡିଲା । ଜିଲାପାଳ ଓ ଉପଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ପଡିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri