Posted inରାଜ୍ୟ

ଢିଙ୍କିଆ ପଞ୍ଚାୟତ ନିର୍ବାଚନ : ବିଜେଡି ସମର୍ଥିତ ପ୍ରାର୍ଥୀ କିଶୋର ବିଜୟୀ

କୁଜଙ୍ଗ,୪ା୭(ସ୍ବ.ପ୍ର): ଏରସମା ବ୍ଲକ ଢିଙ୍କିଆ ପଞ୍ଚାୟତ ନିର୍ବାଚନ ବୁଧବାର ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଛି। ଅପରାହ୍ନରେ ଭୋଟ୍‌ ଗଣତି ଶେଷ ହୋଇଥିବାବେଳେ ବୁଥ୍‌ରୁ ମିଳିଥିବା ସୂଚନା ଅନୁଯାୟୀ, ବିଜେଡି ସମର୍ଥୀତ ପ୍ରାର୍ଥୀ କିଶୋର କୁମାର ପରିଡ଼ା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୧୧୪୦ ଭୋଟ୍‌ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ ଏକଦା ସସିପିଆଇର ଗଡ଼ ହୋଇ ରହିଥିବା ଏହି ପଞ୍ଚାୟତରେ ଦଳର ଦୁର୍ଗ ଭୁଶୁଡ଼ି ପଡିଛି। ସ୍ଥାନୀୟ ଅଭୟଚାନ୍ଦପୁର ପୋଲିସ ଉପସ୍ଥିତିରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପ୍ରକାଶ ଯେ, ପୋସ୍କୋ ପ୍ରକଳ୍ପକୁ ନେଇ ସୃଷ୍ଟି ହୋଇଥିବା ବିବାଦରୁ ଏଠାରେ ପଞ୍ଚାୟତ ନିର୍ବାଚନ ହୋଇପାରୁ ନ ଥିଲା। ତେବେ ପୋସ୍କୋ ଫେରିଯିବା ପରେ ପରିସ୍ଥିତି ସ୍ବଭାବିକ ହେବାରୁ ଏଠାରେ ନିର୍ବାଚନ ହେଉଛି। ଚଳିତଥର ନିର୍ବାଚନରେ ୭ଜଣ ସରପଞ୍ଚ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିଲେ। ତେବେ ବିଜେଡି ସମର୍ଥିତ ପ୍ରାର୍ଥୀ କିଶୋର କୁମାର ପରିଡ଼ା ଓ ଭାଜପା, କଂଗ୍ରେସ ଓ ସିପିଆଇ ଆଦି ବିଭିନ୍ନ ଦଳର ମିଳିତ ସମର୍ଥନରେ ପ୍ରାର୍ଥୀ ହୋଇଥିବା ପ୍ରକାଶ ଚନ୍ଦ୍ର ଜେନାଙ୍କ ମଧ୍ୟରେ ଜୋରଦାର ଲଢେଇ ହୋଇଥିଲା। ଏହି ପଞ୍ଚାୟତରେ ମୋଟ୍‌ ଭୋଟର ସଂଖ୍ୟା ୭୧୫୦। ସେମାନଙ୍କ ମଧ୍ୟରୁ ୬୦୫୨ ଜଣ ଭୋଟ ଦେଇଥିଲେ। ସେଥିମଧ୍ୟରୁ କିଶୋରଙ୍କ ସପକ୍ଷରେ ୩୪୦୪ ଭୋଟ୍‌ ଯାଇଥିବାବେଳେ ପ୍ରକାଶଙ୍କ ସପକ୍ଷରେ ୨୨୬୪ ଭୋଟ ଯାଇଛି। ନିର୍ବାଚନରେ ବିଜୟୀ ହେବା ପରେ କିଶୋର ତାଙ୍କ ବିଜୟର ଶ୍ରେୟ ସ୍ଥାନୀୟ ବିଧାୟକ ତଥା ଜଳସମ୍ପଦ ମନ୍ତ୍ରୀ ରଘୁନନଦନ ଦାସ, ପୂର୍ବତନ ବାଲିକୁଦା-ଏରସମା ବିଧାୟକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରଦାନ କରିଛନ୍ତି। ତେବେ ଦଳମତ ନିର୍ବିଶେଷରେ ସେ ପଞ୍ଚାୟତରେ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି। ଆସନ୍ତା ଦିନରେ ଜେଏସ୍‌ଡବ୍ଲ୍ୟୁ ଏହି ଅଞ୍ଚଳରେ ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ଯାଉଥିବାବେଳେ ଏଥିରେ ଢିଙ୍କିଆ ପଞ୍ଚାୟତର ପ୍ରମୁଖ ଭୂମିକା ରହିବ ବୋଲି ସେ ସୂଚନା ଦେଇଛନ୍ତି। ତାଙ୍କୁ ରଞ୍ଜନ ବର୍ଦ୍ଧନ, ଶରତ ସ୍ବାଇଁ, ଚନ୍ଦନ ମହାନ୍ତି, ବାଇନ ମହାନ୍ତି, ପୂର୍ବତନ ସରପଞ୍ଚ ଶିଶିର ମହାପାତ୍ର, ଦିଲ୍ଲୀପ ବେହେରା, ତମିଲ ପ୍ରଧାନ ପ୍ରମୁଖ ବହୁ ସମର୍ଥକ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri