ଢାବା ମାଲିକ ରବୀନ୍ଦ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଭଉଣୀଙ୍କୁ ନିର୍ଯାତନା, ପରକୀୟା ପ୍ରୀତି ଯୋଗୁ ହତ୍ୟା

ଯାଜପୁର ଅଫିସ/କୋରେଇ(ନି.ପ୍ର.), ୪ା୮: ଯାଜପୁର ଜିଲା ପାଣିକୋଇଲି ବସଷ୍ଟାଣ୍ଡ ରେଷ୍ଟସେଡ ନିକଟରେ ଥିବା ଢାବା ମାଲିକ ରବୀନ୍ଦ୍ର ସାହୁ (୩୧) ହତ୍ୟା ଘଟଣାର ଶନିବାର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ୨ ଜଣଙ୍କୁ ପାଣିକୋଇଲି ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ଜଣେ ନାବାଳିକାଙ୍କୁ ଅଦାଲତରେ ହାଜର କରାଯାଇଛି। ଭଉଣୀଙ୍କୁ ନିର୍ଯାତନା ଓ ପରକୀୟା ପ୍ରୀତି ଯୋଗୁ ଦୁଇ ଶଳା ଏବଂ ସାନ ଶଳାଙ୍କ ପ୍ରେମିକା ମିଶି ଏହି ହତ୍ୟାକାଣ୍ଡ ଘଟାଇଥିବା ଯାଜପୁରରୋଡ ଏସଡିପିଓ କେଦାରନାଥ ସାହୁ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ରବୀନ୍ଦ୍ର କିଛି ବର୍ଷ ପୂର୍ବେ ପାଟକୁରା ଅଞ୍ଚଳରୁ ଆସି ପାଣିକୋଇଲି ୧୬ନମ୍ବର ଜାତୀୟ ରାଜପଥ କଡ଼ରେ ଢାବା ବ୍ୟବସାୟ କରୁଥିଲେ। ୬ବର୍ଷ ପୂର୍ବେ ସେ ପାଣିକୋଇଲି ଥାନା ତେଲିଆବନ୍ଧ ଗ୍ରାମର ଝୁମା ମହାପାତ୍ରଙ୍କୁ ବିବାହ କରିଥିଲେ। ଦୁହିଁଙ୍କର ଏକ ପୁତ୍ର ସନ୍ତାନ ଅଛି। ତେବେ ରବୀନ୍ଦ୍ର ବିଭିନ୍ନ ସମୟରେ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହିବା ସହ ନିଜ ସ୍ତ୍ରୀଙ୍କୁ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ୨୦୧୯ ଫେବୃୟାରୀ ୭ରେ ଝୁମାଙ୍କୁ ମରଣାନ୍ତକ ଆକ୍ରମଣ ତଥା ଯୌତୁକ ନିର୍ଯାତନା ଅଭିଯୋଗରେ ଗିରଫ ହୋଇ ସେ ଜେଲ ଯାଇଥିଲେ। ଜାମିନରେ ଆସିବା ପରେ ସେ ପୁନର୍ବାର ଝୁମା ଓ ତାଙ୍କ ପରିବାର ଉପରେ ନିର୍ଯାତନା ଆରମ୍ଭ କରି ଦେଇଥିଲେ। ଇତିମଧ୍ୟରେ ରବୀନ୍ଦ୍ର ଓ ଝୁମାଙ୍କ ପରିବାର ମଧ୍ୟରେ ଗୁରୁତର ବିବାଦ ହୋଇଥିଲା। ଏହାକୁ ଝୁମାଙ୍କ ଦୁଇ ଭାଇ ତଥା ରବୀନ୍ଦ୍ରଙ୍କ ଦୁଇ ଶଳା ଚନ୍ଦ୍ରକାନ୍ତ ମହାପାତ୍ର ଓରଫ ପିଣ୍ଟୁ(୨୫) ଏବଂ ରଞ୍ଜନ ମହାପାତ୍ର ଓରଫ ଚିଣ୍ଟୁ(୨୦) ସହିପାରି ନ ଥିଲେ । ଝୁମାଙ୍କୁ ନିଜ ଘରକୁ ନେଇଯିବା ସହ ଭିଣୋଇ ଉପରେ ରାଗ ସୁଝାଇବାର ସୁଯୋଗ ଖୋଜୁଥିଲେ। ଗତ ଜୁଲାଇ ୬ ତାରିଖ ରାତିରେ ପିଣ୍ଟୁ, ଚିଣ୍ଟୁ, ରବୀନ୍ଦ୍ର ଏବଂ ଚିଣ୍ଟୁଙ୍କ ନାବାଳିକା ପ୍ରେମିକା ମିଶି ତାଙ୍କ ଢାବାରେ ମଦ୍ୟପାନ କରିଥିଲେ। ପରେ ଅଧିକ ମଦ ଆବଶ୍ୟକ ହେବାରୁ ଉଭୟ ଶଳାଙ୍କୁ ମଦ ଆଣିବା ପାଇଁ ପଠାଇ ଚିଣ୍ଟୁଙ୍କ ପ୍ରେମିକାଙ୍କୁ ବଳାତ୍କାର କରିବାକୁ ରବୀନ୍ଦ୍ର ଉଦ୍ୟମ କରିଥିଲେ। ଫଳରେ ଉଭୟ ପିଣ୍ଟୁ ଓ ଚିଣ୍ଟୁ ଏହା ଦେଖି ଉତ୍ତ୍ୟକ୍ତ ହୋଇ ପଡିଥିଲେ। ଏହାପରେ ରବୀନ୍ଦ୍ରଙ୍କୁ ଉଭୟ ଠେଙ୍ଗାରେ ପିଟି ବେହୋସ କରିବା ପରେ ତଣ୍ଟି ଓ ଅନ୍ୟାନ୍ୟ ସ୍ଥାନକୁ ଛୁରି ଓ ବ୍ଲେଡରେ କାଟି ହତ୍ୟା କରିଥିଲେ। ଏଥିରେ ନାବାଳିକା ପ୍ରେମିକା ମଧ୍ୟ ସମ୍ପୃକ୍ତ ଥିଲେ। ପରଦିନ ଅର୍ଥାତ ୭ ତାରିଖ ସକାଳୁ ରବୀନ୍ଦ୍ରଙ୍କ ମୃତଦେହ ମିଳିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହି ହତ୍ୟାକାଣ୍ଡ ଉପରେ ଗୋବିନ୍ଦ ଚନ୍ଦ୍ର ସାହୁ ପାଣିକୋଇଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଇନ୍ସପେକ୍ଟର ଅଜୟ କୁମାର ଜେନା ଏହାର ତଦନ୍ତ ଅଧିକାରୀ ରହିଥିଲେ। ତଦନ୍ତ ସମୟରେ ଘଟଣାସ୍ଥଳ ଅନୁଧ୍ୟାନ କରି ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁରର ସହଯୋଗ ନିଆଯାଇଥିଲା। ରବୀନ୍ଦ୍ରଙ୍କ ଦୁଇ ଶାଳା ପିଣ୍ଟୁ ଓ ଚିଣ୍ଟୁଙ୍କୁ ଗତ ୨ତାରିଖରେ ଗିରଫ କରାଯାଇଥିବାବେଳେ ନାବାଳିକା ଅଭିଯୁକ୍ତଙ୍କୁ ଶନିବାର ଜୁଭେନାଇଲ କୋର୍ଟକୁ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri