ଢାବାରେ ବଢୁଛି ମଦ କାରବାର

ସୋନପୁର ୨୩।୪: (ନି.ପ୍ର.) ସୁବର୍ଣ୍ଣପୁର ଜିଲାର ପ୍ରମୁଖ ରାସ୍ତାପାର୍ଶ୍ୱରେ ଅନେକ ଢାବା ଗଢି ଉଠିଛି। ଅଧିକାଂଶ ଢାବାରେ ବେଆଇନ ବିଦେଶୀ ମଦ କାରବାର ବଢି ଚାଲିଛି। ଏଥିଯୋଗୁଁ ଜିଲାରେ ସଡକ ଦୁର୍ଘଟଣା ସମ ପରିମାଣରେ ବୃଦ୍ଧି ପାଇବାରେ ଲାଗିଛି। ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଢାବାଗୁଡିକରେ କାଁ ଭାଁ ଚଢାଉ ହେଉଛି। ଯେତେବେଳେ ବି ଚଢାଉ ହେଉଛି ଢାବା ମାଲିକଙ୍କୁ ଗିରଫ କରାଯାଉନି। କର୍ମଚାରୀ, ରୋଷେୟାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଉଛି। ତେଣୁ ଢାବା ମାଲିକମାନେ ଏଭଳି ଚଢାଉକୁ ଖାତିର କରୁ ନ ଥିବା ଅଭିଯୋଗ ହେଉଛି।
ସୋନପୁର-ବଲାଙ୍ଗୀର, ସୋନପୁର-ବିନିକା-ଡୁଙ୍ଗୁରିପାଲି, ସୋନପୁର-ସମ୍ବଲପୁର, ସୋନପୁର-ବୀରମହାରାଜପୁର, ତରଭା-ଚାରଭଟା ରାସ୍ତାରେ ଏକାଧିକ ଢାବା ଖୋଲିଛି। ଏହି ଢାବାଗୁଡିକରେ ଦିନଦ୍ୱିପ୍ରହରରେ ଖୁଲମଖୁଲା ବେଆଇନ ବିଦେଶୀ ମଦ କାରବାର ଚାଲିଛି। ଅବକାରୀ ଓ ପୋଲିସ ବିଭାଗକୁ ସତେ ଯେପରି ଢାବା ମାଲିକଙ୍କ ଆଦୌ ଭୟନାହିଁ। କାରଣ ଢାବା ମାଲିକଙ୍କୁ ଗିରଫ କରା ଯାଉ ନ ଥିବାରୁ ଚଢାଉ ପରେ ମଧ୍ୟ ଚୋରା ମଦ ବ୍ୟବସାୟ ଯଥାରୀତି ଚାଲିଛି । ଜିଲାରେ ଢାବାଗୁଡିକ ବିଅର ବାର ପାଲଟିଛି। ନିର୍ଦ୍ଦିଷ୍ଟ କିଛି ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନ ବେଆଇନ ଭାବେ ଢାବାଗୁଡିକୁ ବିଦେଶୀ ମଦ ଯୋଗାଉଛନ୍ତି। ଅବକାରୀ ଓ ପୋଲିସ ବିଭାଗ ଚଢାଉ ସମୟରେ ଏହା ସ୍ପଷ୍ଟ ହେଉଛି । ମାତ୍ର ସମ୍ପୃକ୍ତ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି। କେଉଁ ବିଦେଶୀ ମଦ ଦୋକାନ ଢାବାଗୁଡିକୁ ଏତେ ପରିମାଣରେ ମଦ ଯୋଗାଉଛି ଅବକାରୀ ଓ ପୋଲିସ ବିଭାଗ ସେ ଦିଗରେ ତଦନ୍ତ କରୁନି। ତଦନ୍ତ ଠିକ୍‌ ଭାବରେ ହେଉ ନଥିବାରୁ ଢାବାଗୁଡିକୁ ବିଦେଶୀ ମଦ ଯୋଗାଉଥିବା ବିଦେଶୀ ମଦ ଦୋକାନୀ ଖସି ଯାଉଛନ୍ତି। ଅନ୍ୟପକ୍ଷେ ସଡକ ଦୁର୍ଘଟଣା ବୃଦ୍ଧି ପାଉଥିବାରୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଜାତୀୟ ରାଜପଥ ନିକଟରେ ଥିବା ବିଦେଶୀ ମଦ ଦୋକାନ ଗୁଡିକୁ ସ୍ଥାନାନ୍ତର କରାଯାଇଛି। ମାତ୍ର ରାସ୍ତାପାର୍ଶ୍ୱରେ ଥିବା ଢାବାଗୁଡିକ ଖୁଲମଖୁଲା ମଦ ବିକ୍ରି କରୁଛନ୍ତି। ଏଥିଯୋଗୁଁ ଦୁର୍ଘଟଣା କେତେକାଂଶରେ ବୃଦ୍ଧି ପାଉଥିବା ସୁବର୍ଣ୍ଣପୁର ଜିଲା ଓକିଲ ସଂଘର ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ ଅଭିଯୋଗ କରିଛନ୍ତି। ଢାବାଗୁଡିକୁ ବିଦେଶୀ ମଦ ଯୋଗାଇ ମଦ ଦୋକାନୀ ଓ ଢାବାରେ ବେଆଇନ ଭାବେ ମଦ ବିକ୍ରି କରି ଢାବା ମାଲିକ ମାଲାମାଲ ହେଉଛନ୍ତି। କିନ୍ତୁ ସରକାର ବ୍ୟାପକ ରାଜସ୍ବ ହରାଉଛନ୍ତି। ତେଣୁ ଅବକାରୀ ଓ ପୋଲିସ ବିଭାଗ ଆବଶ୍ୟକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri