Categories: ଜାତୀୟ

ଡ୍ରୋନ୍‌ରେ ପଠାଗଲା ବ୍ଲଡ ସାମ୍ପଲ: ବିଚ୍ଛିନ୍ନାଞ୍ଚଳ ରୋଗୀଙ୍କ ପାଇଁ ସହାୟକ ହେବ

ଡେରାଡୁନ,୮।୬: ଉତ୍ତରାଖଣ୍ଡ ନନ୍ଦଗାଓଁ ଜିଲା ହସ୍ପିଟାଲରୁ ତେହରି ଜିଲା ହସ୍ପିଟାଲକୁ ପରୀକ୍ଷା ମୂଳକ ଭାବେ ଡ୍ରୋନ୍‌ ଯୋଗେ ପ୍ରଥମ କରି ଶୁକ୍ରବାର ବ୍ଲଡ ସାମ୍ପୁଲ ପଠାଯାଇଛି। ତେହରି ହସ୍ପିଟାଲର ଡାକ୍ତର କହିଛନ୍ତି ସଫଳତାର ସହ ଏହି ସାମ୍ପଲ ପହଞ୍ଚିଯାଇଛି। ଉଭୟ ହସ୍ପିଟାଲର ଦୂରତା ୩୦ କିଲୋମିଟର ହୋଇଥିବା ବେଳେ ମାତ୍ର ୧୮ ମିନିଟ୍‌ରେ ଡ୍ରୋନ୍‌ ପହଞ୍ଚାଇଛି ଏହି ବ୍ଲଡ ସାମ୍ପୁଲ। ବିଚ୍ଛିନ୍ନାଞ୍ଚଳରେ ରହୁଥିବା ରୋଗୀଙ୍କ ପାଇଁ ଏହା ଲାଭଦାୟକ ହେବ ବୋଲି ଉଭୟ ହସ୍ପିଟାଲର ଡାକ୍ତର ପ୍ରକାଶ କରିଛନ୍ତି।

Share