ଡ୍ରେସ୍‌ ସହ ମେକ୍‌ଅପ୍‌

ଦୀପାବଳିରେ ପରଫେକ୍ଟ ଲୁକ୍‌ ପାଇବାକୁ ହେଲେ କେବଳ ଜିନ୍ସ, ଡ୍ରେସ୍‌ କି ଶାଢ଼ି ଯଥେଷ୍ଟ ନୁହେଁ, ଏହାକୁ ମ୍ୟାଚିଂ କରି ମେକ୍‌ଅପ୍‌ ନେବାକୁ ପଡ଼ିଥାଏ। ଜାଣନ୍ତୁ ସେ ସମ୍ପର୍କରେ କେତୋଟି ଟିପ୍ସ….

ଡ୍ରେସ୍‌ ସହ ମେକ୍‌ଅପ୍‌
ମେଟାଲିକ୍‌ ଏବଂ ଜୁଏଲେରି ଟୋନ୍‌ ଫ୍ୟାବ୍ରିକ୍‌ ଆଉଟ୍‌ଫିଟ୍‌ ସହ ପାଉଡର ଫାଉଣ୍ଡେଶନ୍‌ ଏବଂ କମ୍ପାକ୍ଟ ବ୍ୟବହାର କରନ୍ତୁ। ଆଖିରେ ହାଲ୍‌କା ମେକ୍‌ଅପ୍‌ ନିଅନ୍ତୁ। ମସ୍କରା ସହିତ ଓଠରେ ଲାଲ୍‌ ରଙ୍ଗର ଲିପ୍‌ଷ୍ଟିକ୍‌ ଲଗାନ୍ତୁ।
ଅରେଞ୍ଜ୍‌ କଲର ଲିପ୍‌ଷ୍ଟିକ୍‌କୁ ଆପଣ ଯେକୌଣସି ଆଉଟ୍‌ ଫିଟ୍‌ରେ ମ୍ୟାଚ୍‌ କରିପାରିବେ ନାହିଁ। ଗୋଲ୍‌ଡେନ୍‌ କଲର ଆଉଟ୍‌ଫିଟ୍‌ ସହ ଏହା ମ୍ୟାଚ୍‌ କରିଥାଏ। ଏଭଳି ଆଉଟ୍‌ଫିଟ୍‌ରେ ଆଖିର ମେକ୍‌ ଅପ୍‌ ଲାଗି ଲାଇଟ୍‌ କ୍ରିମ୍‌ ଆଇ ସ୍ୟାଡୋ ସହ ପିଙ୍କ୍‌ କଲର ବ୍ଲସ୍‌ ବ୍ୟବହାର କରନ୍ତୁ।
ଯଦି ଆଉଟ୍‌ଫିଟ୍‌ ପାଇଁ ବ୍ରାଇଟ୍‌ କଲର ବାଛୁଛନ୍ତି ତେବେ ହାଲ୍‌କା ମେକ୍‌ ଅପ୍‌ ନିଅନ୍ତୁ। ଆଖିକୁ ସ୍ମୋକି ଲୁକ୍‌ ଦେଲେ ତାହା ଆହୁରି ଆକର୍ଷଣୀୟ ଲାଗିଥାଏ।
ଆପଣ ବ୍ଲୁ କଲର ଆଉଟ୍‌ଫିଟ୍‌ ପସନ୍ଦ କରୁଥିଲେ ମେଟାଲିକ୍‌ ବ୍ଲୁ ସ୍ୟାଡୋ ଆଇ ମେକ୍‌ଅପ୍‌ ବାଛନ୍ତୁ। ଓଠରେ ପିଙ୍କ୍‌ କଲର ଲିପ୍‌ଷ୍ଟିକ୍‌ ଲଗାଇବା ସହ କେଶକୁ ସିମ୍ପଲ୍‌ ଷ୍ଟାଇଲ୍‌ ଦିଅନ୍ତୁ।
ଯଦି ହ୍ବାଇଟ୍‌ କଲର ଗେଟ୍‌ଅପ୍‌ରେ ରହିବାକୁ ଚାହୁଁଛନ୍ତି ତେବେ ମେଟାଲିକ୍‌ ଆଇ ମେକ୍‌ଅପ୍‌ ସହ ବ୍ରାଇଟ୍‌ କଲର ଲିପ୍‌ଷ୍ଟିକ୍‌ ଲଗାନ୍ତୁ। ଏହା ଆପଣଙ୍କୁ ଷ୍ଟାଇଲିସ୍‌ ଲୁକ୍‌ ଦେବ।