Categories: ଖେଳ

ଡ୍ରେସିଂ ରୁମ୍‌ରେ ନାଚିଲେ ବିରାଟ କୋହଲି, ଜାଣନ୍ତୁ କାହିଁକି

ରାଞ୍ଚି,୨୧।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ଭାରତର ସ୍ଥିତି ମଜଭୁତ ରହିଛି। ପ୍ରଥମ ଦିନରେ ଶତକ ଏବଂ ଦ୍ୱିତୀୟ ଦିନରେ ଦ୍ୱିଶତକ ମାରି ଟିମ ଇଣ୍ଡିଆ ପାଇଁ ସଙ୍କଟମୋଚକ ସାଜିଛନ୍ତି ହିଟମ୍ୟାନ ରୋହିତ୍‌ ଶର୍ମା। ତାଙ୍କୁ ସାଥ ଦେଇଥିବା ଆଜିଙ୍କ୍ୟ ରାହାଣେ ମଧ୍ୟ ଦମଦାର ବ୍ୟାଟିଂ କରି ଶତକ ହାସଲ କରିଛନ୍ତ। ଶେଷଭାଗରେ ରବୀନ୍ଦ୍ର ଜାଡେଜା (୫୧)ଙ୍କ ଅର୍ଦ୍ଧଶତକ ଓ ଉମେଶ ଯାଦବ (୩୧) ଦ୍ରୁତ ବ୍ୟାଟିଂ ବଳରେ ଭାରତ ପ୍ରଥମ ଇନିଂସରେ ୯ ଉଇକେଟ ହରାଇ ୪୯୭ ରନରେ ପାଳି ଘୋଷଣା କରିଛି। ପ୍ରଥମ ଇନିଂଶ ଶେଷ ଆଡକୁ ରବୀନ୍ଦ୍ର ଜାଡେଜା ବିସ୍ଫୋରକ ଢଙ୍ଗରେ କ୍ୟାରିଅରର ୧୩ତମ ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ ନିଜ ଚିରାଚରିତ ଢଙ୍ଗର୍ପେଡିଆରେ ସେଲିବ୍ରେଶନ୍‌ ମଧ୍ୟ କରିଥିଲେ। ଏହା ଦେଖି ବିରାଟ କୋହଲି ଡ୍ରେସିଂ ରୁମ୍‌ରେ ନାଚିବାକୁ ଆରମ୍ଭ କରିଥିଲେ। ପଡିଆରେ ଜାଡେ ବ୍ୟାଟକୁ ତଲୁଆର ଭଳି ବୁଲାଉଥିବାବେଳେ କୋହଲି ଘୋଡାରେ ବସିବା ଭଳି ଡ୍ୟାନ୍ସ କରିଥିଲେ।

Share