ଡ୍ରେନ ସଫା ବେଳେ ଭୁଶୁଡ଼ିଲା ଘର ବାରଣ୍ଡା

କଟକ ଅଫିସ,୩୦।୫: କଟକ ସହରରେ ଡ୍ରେନ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ଶନିବାର ସକାଳେ ଡ୍ରେନ ସଫା ବେଳେ ଏକ ଘରର ବାରଣ୍ଡା ଭୁଶୁଡି ପଡିଛି। ମିଳିଥିବା ସୂଚନା ଅନୁଯାୟୀ, ବଜ୍ରକବାଟି ଠାରୁ ଛତ୍ରବଜାର ପର୍ଯ୍ୟନ୍ତ ମୁଖ୍ୟ ଡ୍ରେନ ସଫା କରାଯାଉଥିଲା। ଏହି ସମୟରେ ଏକ ଘରର ବାରଣ୍ଡା ଭୁଶୁଡ଼ି ପଡ଼ିଲା। ତେବେ କେହି ଏଥିରେ ଆହତ ହୋଇନାହାନ୍ତି। ଘଟଣା ଘଟିବାର ଅନେକ ସମୟ ପରେ ମଧ୍ୟ କଟକ ମହାନଗର ନିଗମର କୌଣସି ଅଧିକାରୀ ଆସି ନ ଥିବାରୁ ଉତ୍ତେଜନା ଦେଖା ଦେଇଥିଲା।