ଡ୍ରିମ୍‌ ଗର୍ଲଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଡ୍ରିମ୍‌ ଗର୍ଲ ହେମା ମାଳିନି ଯଦିଓ ଗତ ତିନିବର୍ଷ ଧରି କୌଣସି ଫିଲ୍ମରେ ନଜର ଆସି ନାହାନ୍ତି, କିନ୍ତୁ ତାଙ୍କୁ ଭାରତୀୟ ସିନେମାର ଜଣେ କିମ୍ବଦନ୍ତୀ ଅଭିନେତ୍ରୀ ଭାବରେ ସର୍ବଦା ସ୍ମରଣ କରାଯିବ। ବଲିଉଡରେ ତାଙ୍କର ଆଇକନିକ ଫିଲ୍ମ ମଧ୍ୟରେ ଶୋଲେ, ସୀତା ଔର ଗୀତା, କ୍ରାନ୍ତି, ଡ୍ରିମ ଗାର୍ଲ, ଅନ୍ଧାକାନୁନ୍‌ ଭଳି ଚଳଚ୍ଚିତ୍ର ସାମିଲ ଅଛି। ଡ୍ରିମ୍‌ ଗର୍ଲ ନିଜ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି।
ବଲିଉଡରେ ନାମ ଅର୍ଜନ କରିବା ପରେ ହେମା ମାଳିନୀ ରାଜନୀତି ଆଡକୁ ଗଲେ। ସାଧାରଣ ନିର୍ବାଚନ ଆଫିଡେଭିଟରେ ହେମାଙ୍କ ସମ୍ପତ୍ତି ସାଧାରଣ ଜନତାଙ୍କ ନିକଟରେ ପ୍ରକାଶ ପାଇଥିଲା। ଆଫିଡେଭିଟ୍‌ରେ କୁହାଯାଇଛି ଯେ, ହେମାଙ୍କ ମୋଟ ସମ୍ପତ୍ତି ହେଉଛି ୨୪୯ କୋଟି ଟଙ୍କା। ଏଥିମଧ୍ୟରୁ ହେମାଙ୍କର ୧୧୪ କୋଟି ଟଙ୍କା ଏବଂ ବାକି ଧର୍ମେନ୍ଦ୍ରଙ୍କର ଅଟେ।
ହେମା ବିଳାସପୂର୍ଣ୍ଣ କାରକୁ ଭଲ ପାଆନ୍ତି ଏବଂ ସେ ଅଡି କ୍ୟୁ୫, ମର୍ସିଡିଜ ବେଞ୍ଜ ଏମ-କ୍ଲାସ, ହୁଣ୍ଡାଇ ସାଣ୍ଟା ଫେ ଏବଂ ଅନ୍ୟାନ୍ୟର ମାଲିକ। କାର ବ୍ୟତୀତ ସେ ବିପୁଳ ପରିମାଣର ଅଳଙ୍କାର ମଧ୍ୟ ରଖିଛନ୍ତି।

Share