Categories: ଖେଳ

ଡ୍ରାଭିଡ୍‌ ଉଇକେଟକିପିଂ କରିବା ପଛର କାରଣ

ସୌରଭ ଗାଙ୍ଗୁଲି ଭାରତୀୟ ଦଳର ଅଧିନାୟକ ଥିବାବେଳେ ଦଳ ନିୟମିତ ୪ ସ୍ପେଶାଲିଷ୍ଟ ବୋଲରଙ୍କୁ ନେଇ ଖେଳୁଥିଲା। ସେତେବେଳେ ଭାରତୀୟ ଦଳ ପାଇଁ ପ୍ରତ୍ୟେକ ମ୍ୟାଚ୍‌ରେ ୫ମ ବୋଲରଙ୍କ ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିଲା ଟିମ୍‌ ଇଣ୍ଡିଆ। ଏଣୁ ସଚିନ ତେନ୍ଦୁଲକର, ଗାଙ୍ଗୁଲି, ଯୁବରାଜ ସିଂ ଓ ବୀରେନ୍ଦ୍ର ସେହ୍ବାଗଙ୍କ ଭଳି ପାର୍ଟ ଟାଇମର ବୋଲିଂ କରି ୧୦ ଓଭର ଶେଷ କରୁଥିଲେ। ଏହି ସମସ୍ୟାରୁ ଦୂରେଇ ରହିବା ଲାଗି ଦଳରେ ୫ମ ବୋଲର ରହିବା ନିହାତି ଦରକାର ଥିଲା। ଏଥିଯୋଗୁ ରାହୁଲ ଡ୍ରାଭିଡ ଉଇକେଟକିପିଂ କରିବାକୁ ଆଗେଇ ଆସିଥିଲେ। ଯାହାଫଳରେ ଭାରତୀୟ ଦଳ ଜଣେ ଅତିରିକ୍ତ ବୋଲରଙ୍କୁ ଖେଳାଇ ପାରିଥିଲା। ସେବେଠାରୁ ୫ ବୋଲରଙ୍କୁ ନେଇ ଟିମ୍‌ ଇଣ୍ଡିଆ ଖେଳିବାର ପରମ୍ପରା ଆରମ୍ଭ ହୋଇଛି। ଏହି କାରଣରୁ ଡ୍ରାଭିଡଙ୍କୁ ଟିମ୍ସମ୍ୟାନ ବୋଲି ମଧ୍ୟ କୁହାଯାଏ।

Share