Categories: ଖେଳ

ଡ୍ରାଭିଡଙ୍କୁ ନିଯୁକ୍ତି ମିଳିଲା

ନୂଆଦିଲ୍ଲୀ, ୯ା୭ (ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡଙ୍କୁ ସୋମବାର ଜାତୀୟ କ୍ରିକେଟ ଏକାଡେମୀ (ଏନସିଏ)ର କ୍ରିକେଟ ମୁଖ୍ୟ ଭାବେ ନିଯୁକ୍ତି ଦେଇଛି। ଡ୍ରାଭିଡ ପ୍ରକୃତରେ ଜୁଲାଇ ୧ରୁ ଏନସିଏ ମୁଖ୍ୟ ଭାବେ ଦାୟିତ୍ୱ ନେଇଥାନ୍ତେ। କିନ୍ତୁ ଇଣ୍ଡିଆନ ସିମେଣ୍ଟରେ ଚାକିରି ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା। ଇଣ୍ଡିଆ ସମେଣ୍ଟ୍ସର ଉପ-ସଭାପତି ପଦବୀରେ ରହିଥିବା ପର୍ଯ୍ୟନ୍ତ ଡ୍ରାଭିଡ ତାଙ୍କ ନୂଆ ଦାୟିତ୍ୱ ଗ୍ରହଣ କରିପାରିବେ ନାହିଁ କାରଣ ଏହାଦ୍ୱାରା ସ୍ବାର୍ଥନିହିତ ଦ୍ୱନ୍ଦ୍ୱ ପରିସ୍ଥିତି ଉପୁଜୁଛି ବୋଲି ପ୍ରଶାସକ କମିଟି (ସିଓଏ) କହିଥିଲା। ଏହି ପରିସ୍ଥିତିକୁ ଏଡାଇବ ଲାଗି ଇଣ୍ଡିଆନ ସିମେଣ୍ଟ୍ସ ଡ୍ରାଭିଡଙ୍କୁ ଛୁଟି ପ୍ରଦାନ କରିଛି।

Share